ପ୍ରେମ ପ୍ରତିଶ୍ରୁତି
ପ୍ରେମ ପ୍ରତିଶ୍ରୁତି
ମୁଁ ପରମେଶ୍ୱର ଭାବି ତୁମକୁ
ପରମ ଭକ୍ତ ହେବାର ଉତ୍କଣ୍ଠା ରଖିଛି,
ତୁମ ପାଖରେ ପ୍ରଭୁତ୍ଵ ସ୍ୱୀକାର କ୍ଷମତା ଅଛି ତ ।
ମୁଁ ପରମବ୍ରହ୍ମ ଭାବି ତୁମକୁ
ଲୀନ ହେବାର ଜିଜ୍ଞାସା ରଖିଛି,
ତୁମ ପାଖରେ ଲୀନ କରିବାର ମନ୍ତ୍ର ଜଣା ଅଛି ତ ।
ମୁଁ ପରମାତ୍ମା ଭାବି ତୁମକୁ
ଦର୍ଶନ କରିବାର ଇଚ୍ଛା ରଖିଛି,
ତୁମ ପାଖରେ ଦର୍ଶନ ପାଇଁ ଯଥେଷ୍ଠ ସମୟ ଅଛି ତ ।
ମୁଁ ପ୍ରେମିକ ଭାବି ତୁମକୁ
ସବୁ ପ୍ରେମ ଅଜାଡି ଦେଇ ପାରେ ,
ତୁମ ପାଖରେ ସାଇତିବା ଭଳି ହୃଦୟ ଅଛି ତ ।
ମୁଁ ତୁମକୁ ହୃଦୟ ଫଟା
ବେଦନା ଭିତରୁ ଟାଣି ଆଣି ପରେ
ତୁମ ପାଖରେ ଅପେକ୍ଷା କରିବାର ଧର୍ଯ୍ୟ ଅଛି ତ ।
ମୁଁ ବିଷ ଭାବି ତୁମକୁ
ପାନ କରିବାର ସାହାସ ରଖିଛି,
ତୁମ ପାଖରେ ବିଷ ଟେକି ଦବାର ସାହାସ ଅଛି ତ ।
ମୁଁ ଅନନ୍ତ ଭାବି ତୁମକୁ
ଅନ୍ତର୍ଦ୍ଧାନ ହୋଇଯିବାକୁ ଚାହେଁ,
ତୁମ ପାଖରେ ଅନ୍ତର୍ଦୃଷ୍ଟି ରହିଛି ତ ।
ମୁଁ ସମୁଦ୍ରର ଭାବି ତୁମକୁ
ସମୂହରେ ମିଶି ଯିବାକୁ ଚାହେଁ
ତୁମ ପାଖରେ ସମ୍ବାସ ଦେବାର ସ୍ଥାନ ଅଛି ତ ।
ମୁଁ ମଶାଲ ଭାବି ତୁମକୁ
ସେ ଆଲୋକ ତଳେ ନ୍ୟାୟ ଭିକ୍ଷା କରି ପରେ,
ତୁମ ପାଖରେ ଉପଯୁକ୍ତ ନ୍ୟାୟ ପାଳିକା ଅଛନ୍ତି ତ ।
ମୁଁ ମୃତ୍ଯୁ ଭାବି ତୁମକୁ
ବରି ନେବାର ସାହାସ ରଖିଛି ,
ତୁମ ପାଖରେ ମୁକ୍ତି ଦେବାର ସାମର୍ଥ୍ଯ ଅଛି ତ ।

