ଭୁଲି ହେବ ନାହିଁ କେବେ
ଭୁଲି ହେବ ନାହିଁ କେବେ
କଲା ମର୍ମାହତ ମନ ବିଚଳିତ ଦେଲା ଯନ୍ତ୍ରଣା
ଶକ୍ତି ବର୍ଣ୍ଣିବର ନାହିଁ ଟି କାହାର ଦୁଃଖ ଘଟଣା !
ଉତ୍କଳର ଭୂମି ପରା ଏହୁରେ ବାଲେଶ୍ଵର ଜିଲ୍ଲାର
ବାହାନଗା ନିକଟରେ ହେଲା ପରା ଘଟଣା ଯାର !
ତୃତୀୟ ବଡ଼ ରେଲ ଦୁର୍ଘଟଣା ହେଲା ଏ ଅଙ୍କିତ
ଗୁରୁବାରରାତ୍ର ସାଢେ଼ ୬ଟାରେ ହେଲା ଏ ଜଡ଼ିତ!
ରୋଦନ ରାବ ଘଟଣା ସ୍ଥଳରେ ଶୁଭେ ଭୟଙ୍କର
ପାଖାପାଖିଲୋକେସେ ଧାଇଁଲେଛାଡିକାର୍ଯ୍ୟଭାର
କର୍ତ୍ତବ୍ୟେ ଭୂଷିତ ପରା ଯହିଁ ଭା ର ତ ର ଜନଜନ
ବଞ୍ଚାଇବାକାର୍ଯ୍ୟେ ଲାଗି ଗଲେସେଦେଇଧ୍ୟାନମନ
ହାହାକାର ରାବ ଶୁଭେ କରେସେ ଯହିଁ ସ୍ତମ୍ଭିଭୂତ
କର୍ତ୍ତବ୍ୟର ପଥେ ନାହିଁ ହେ ତାଙ୍କ ତିଳେ ବିଚଳିତ
ମାନବତାର ପ ରି ଚ ୟ ଦେଲେ ଉତ୍କଳର ଜନ
ଇତିହାସ ନ ଭୁଲିବ କେବେରେ ତାଙ୍କ ଯୋଗଦାନ
ସରକାରୀ ତନ୍ତ୍ର ସବୁ କ୍ଷେତ୍ରେ ଯେ ଲାଗି ପଡିଲା
ଯୁଦ୍ଧ ସ୍ତରରେ ବଞ୍ଚାଇବା କାର୍ଯ୍ୟ ପ୍ରାରମ୍ଭ ଚାଲିଲା !
ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ ମନ୍ତ୍ରୀରେ ଉପସ୍ଥିତ ତହିଁ
ସଂସଦ ଶିକ୍ଷାମନ୍ତ୍ରୀ କେନ୍ଦ୍ରତନ୍ତ୍ର କାର୍ଯ୍ୟରତଯହିଁ !!
ସହାୟକ ସମୂହ ସନ୍ଥା ସୁ ର କ୍ଷା ରେ ନିରନ୍ତର
ରକ୍ତଦାନ ପାଇଁ ଜନଜନରେ ଉତ୍ସାହ ଅପାର !!
କର୍ତ୍ତବ୍ୟେ ଭୂଷିତ ଯହୁଁରେ ଦେଶର ଆମ୍ଭ ପ୍ରଧାନ
ସେହି ଘଟଣାସ୍ଥଳେ ଆସି ଦେଖିଲେ ପୀଡିତ ଜନ !
ଦେଖି ଭୟାଭୟ ଦୃଶ୍ୟକୁ ସେହୁ ହେଲେରେ କାତର
ସ୍ବାସ୍ଥ୍ୟସେବାକୁ ଯୋଗାଇଦେବାକୁ ନିର୍ଦ୍ଦେଶତାଙ୍କର
ଘନଘନ ଟେଲିଫୋନେ ଦେଲେସେ ନିର୍ଦ୍ଦେଶ ଅପାର
ଡ଼ାକ୍ତରଖାନାକୁ ଗଲେ ପ୍ରଧାନ ହୋଇଣ ତତ୍ପର !!
କେବେ ନ ବଞ୍ଚିବ ଟି ଅପରାଧୀ ଯେ ପ୍ରତିଜ୍ଞାତାଙ୍କର
ପୀଡିତ ଜନଙ୍କୁ ସ୍ବାସ୍ଥ୍ୟ ସୁବିଧା ହେଉ ନିରନ୍ତର !
ପ୍ରାଣ ହ ରା ଇ ଥି ବା ଜନେ ଏ ଶ୍ର ଦ୍ଧା ଞ୍ଜ ଳି ଆମ
ଘର ଘର ଦୀପ ପ୍ରଜ୍ଜଳିତ କରିବା କର୍ତ୍ତବ୍ୟ ଓ କର୍ମ
