ଲୌହ ଦାନବର ରକ୍ତ ଭୋଜି
ଲୌହ ଦାନବର ରକ୍ତ ଭୋଜି
ରେଲ ଦୁର୍ଘଟଣା କଲା ବିଚଳିତ
ସ୍ତଵ ହେଲେ ଦେଶବାସୀ
ବାଲେଶ୍ବର ଜିଲ୍ଲା ବାହାନଗା ଭୂମି
ଚିନ୍ତିତ କରିଲା ଆସି ।
ବଡ଼ ଦୁର୍ଘଟଣା ଏ ବର୍ଷର ଯହୁଁ
ଅମୃତ କାଳରେ ହେଲା
ଜଗନ୍ନାଥ ଭୂମି ରକ୍ତରଞ୍ଜିତରେ
କାର ଷଡ଼ଯନ୍ତ୍ର ଥିଲା ।
କର୍ତ୍ତବ୍ୟ ଭୂଷିତ ଦେଶର ପ୍ରଧାନ
କର୍ତ୍ତବ୍ୟରେ ରେଲ ମନ୍ତ୍ରୀ
ଘଟଣା ସ୍ଥଳରେ ରହି ଅନୁକ୍ଷଣ
ଦେଉଥାନ୍ତି କାର୍ଯ୍ୟେ ଗତି ।
ହଟି ନାହିଁ ତିଳେ ଘଟଣା ସ୍ଥଳରୁ
ଦେଶ ରେଲ ମନ୍ତ୍ରୀ ତହୁଁ
ସଙ୍ଗରେ ଅଛନ୍ତି କେନ୍ଦ୍ର ଶିକ୍ଷମନ୍ତ୍ରୀ
ଉତ୍କଳ ସନ୍ତାନେ ଯହୁଁ ।
ଆହାତ ଯାତ୍ରୀଙ୍କ ସ୍ବାସ୍ଥ୍ୟସେବା ପାଇଁ
କର୍ତ୍ତବ୍ୟ ଜଡ଼ିତ ସଙ୍ଗେ
ସବୁ ସୁବିଧାର ବ୍ୟବସ୍ଥା କରନ୍ତି
ବିଶ୍ରାମ ନାହଁ ଟି ଅଙ୍ଗେ ।
ପରିଚାଳିତ ଟି ରେଲ ଯାତାୟତ
ଶୀଘ୍ର କରିବାର ପାଇଁ
ଦିନରାତି କାର୍ଯ୍ୟ ଘଟଣା ସ୍ଥଳରେ
ରହିଛନ୍ତି ମନ୍ତ୍ରୀ ଚାହିଁ ।
ମାନବିକ କାର୍ଯ୍ୟ କରନ୍ତି କର୍ତ୍ତବ୍ୟେ
ଜନଜନ ଚାହିଁ ଛନ୍ତି
ଅମୃତ କାଳର ଶାସନ ବ୍ୟବସ୍ଥା
ଦେଶବାସୀସେ ବୁଝୁନ୍ତି ।
କିବା ଷଡ଼ଯନ୍ତ୍ର ଦେଲେସେ ଆଦେଶ
ସିବିଆଇ ଯାଞ୍ଚ ପାଇଁ
ମାନବୀୟ ଭୁଲ ଅବା ଏ ଚକ୍ରାନ୍ତ
ଦୁର୍ଦାନ୍ତ ଘଟଣା ଯହିଁ ।
ଶାସନ ବ୍ୟବସ୍ଥା ଘଟଣା ସ୍ଥଳରେ
ଦୃଷ୍ଟିଗୋଚର ଟି ଆଜି
ରାମରାଜ୍ୟ ପରି ଜନକାର୍ଯ୍ୟ ହୁଏ
ଦୁଃଖଖୁସି ଆସେସାଜି ।
ବିପଦ ଆପଦ ନାହିଁ ହସ୍ତେ କାର
ଆସୁଥିବ କାଳଚକ୍ରେ
ସମାଧାନ ଯହିଁ କର୍ତ୍ତବ୍ୟ ଆମର
ମନୁଷ୍ୟ ର କର୍ମଚକ୍ରେ ।
ଦିଏ ବିପଦରେ ପରିଚୟ ତାର
ନେତା ଅବା ସରକାର
ଅଙ୍ଗୀକାରକରେ ମନୁଷ୍ୟତାହାକୁ
ଦେଖୁଥାଏ ନିରନ୍ତର ।
ପ୍ରାଣ ହରା ଜନେ ଶ୍ରଦ୍ଧାଞ୍ଜଳି ଆମ
ବୈକୁଣ୍ଠରେ ମିଳୁ ସ୍ଥାନ
ଆହାତ ଯାତ୍ରୀଙ୍କୁ ସ୍ବାସ୍ଥ୍ୟର କାମନା
ଜଗା ପଦେ ନିତି ଧ୍ୟାନ ।
