STORYMIRROR

Jayashree Das

Tragedy

4  

Jayashree Das

Tragedy

ଡାକୁଅଛି ତୋତେ

ଡାକୁଅଛି ତୋତେ

1 min
295


ସିଂହଦୁଆରରେ ଯେତେ ମୁଁ ଡାକିଲେ

   ଶୁଭୁନାହିଁ ତୁମ କାନେ

ଗଜ ଡାକିଥିଲା ଯୋଜନ ଦୂରରୁ

  ଉଦ୍ଧାରୀ ଥିଲେ ଆପଣେ.


ଦ୍ରୌପଦୀ ଡାକିଲା କୁରୁସଭା ତଳେ

   ପଶା ଖେଳେ ଥିଲ ମଗ୍ନ

କେମିତି ଶୁଣିଲ ଏତେ ଦୂରୁ ସଖା

  ଲଜ୍ଜ୍ୟା କଲ ନିବାରଣ .


ମୃଗୁଣୀ ଡାକିଲା ଘୋର ବନସ୍ତରେ

   ରକ୍ଷାକଲ ଦୁଃଖହାରୀ

ମୋ ବେଳକୁ କିଆଁ ଦାରୁଭୂତ ହୋଇ

   ବସି ରହିଛ ମୁରାରୀ .


ଦୁଃଖର ସାଗରେ ଭାସି ମୁଁ ଯାଉଛି

  କୂଳକୁ ଓଟାରି ନିଅ

ଅଜ୍ଞାନୀ ବିଜ୍ଞାନୀ ସଭିଏଁ ତୁମରି

  ତୁମ ବାହୁ ଛାୟା ଦିଅ .


ଅପେକ୍ଷା କରିଛି ତୁମକୁ ମୁଁ ପ୍ରଭୁ

  କାହିଁ କେତେ ଯୁଗୁ ହରି 

ଶବରୀ ନୁହେଁ କି ଅହଲ୍ୟା ବି ନୁହେଁ

   ଡାକେ ତୁମ ନାମ ଧରି .


ସାତ ଜନ୍ମ ପାପ ଧୋଇ ହୋଇଯାଏ

  ଧରିଦେଲେ ତୁମ ନାମ

କେତେ ଅବା ପାପ କରିଛି ଗୋସେଇଁ

  କର୍ମ ହୁଏ ମୋର ବାମ .


ସ୍ୱର୍ଗଠାରୁ ବଳି ବଇକୁଣ୍ଠ ଧାମ

  ନାମ ଅଟଇ ତା ପୁରୀ

ଡୋରୀ ନ ଲାଗିଲେ ଆସିଥାନ୍ତି କିବା

   ସିଂହଦ୍ୱାରକୁ ତୁମରି .


ଡାକିକି ଆଣିଲ ଜଗତରନାଥ

   କର ଏବେ ଲୋକହସା

ରତ୍ନସିଂହାସନେ ଦରଶନ ମନା

  ଏହିକି ମୋ କର୍ମ ଦଶା .


ଡାକି ଡାକି ଥକି ଗଲିଣି ପ୍ରଭୁ ହେ

  ତୁମରି ସିଂହଦୁଆରେ

ଏ ମନ ବୁଝେନା ଦରଶନ ବିନା

   ଗୁହାରୀ ତୁମରି ଠାରେ .


ଏକାନ୍ତେ ଦେଖିବି ନୀଳକାନ୍ତି ରୂପ

   ଅଧୀର ନୟନ ମୋର 

 ତୃପ୍ତ ହେବ ଏହି ତୃଷିତ ଅନ୍ତର

   କୋଟି ଲାବଣ୍ୟ ତୋହର .




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy