ଆଈମା କାହାଣୀ
ଆଈମା କାହାଣୀ
ମନେ ପଡେ ମୋର ପିଲାଦିନ କଥା
ସେହି ଆଈମା କାହାଣୀ
ଅନିର୍ବଚନୀୟ ଭାବନା ନିମଗ୍ନ
କରି ଦିଏ ମନ ଟାଣି ।
ମନ ମୁଗ୍ଧକର ବର୍ଣ୍ଣନା ରେ ଶୋଭା
ପରିପୂର୍ଣ୍ଣ ବିଭା ଭାର
ଅର୍ପଣ ପୂର୍ବକ ଅତୀବ ଜୀବନ୍ତ
ଚରିତ୍ର ସ୍ବଭାବ ଯାର ।
ରହସ୍ୟ ରୋମାଞ୍ଚ ସ୍ପନ୍ଦନ ପୁଲକ
ଅନୁଭବ ଅନୁଭୂତି
ବର୍ଣ୍ଣନାନୁଯାୟୀ ମ।ର୍ମିକ୍ ପ୍ରକାଶ
ପାଇଛି ଯେଉଁଠି ନୀତି ।
ଉପଦେଶ ପୁଣି ନିଏ ମନ ଟାଣି
ଭାବନାର ଇନ୍ଦ୍ରଜାଲ
ବୁଢ଼ୀ ଅସୁରୁଣୀ ନାପିତ, ଧୋବଣୀ
ପରି ବହୁ ଗପ ମାଳ ।
