STORYMIRROR

Nilamadhab Raj

Romance Fantasy

4  

Nilamadhab Raj

Romance Fantasy

ନୂଆ ଅନୁଭୂତି

ନୂଆ ଅନୁଭୂତି

1 min
305

କେବେ ସକାଳେ ମନେ ପଡୁଛ

କେବେ ସନ୍ଧ୍ୟାରେ ମନେ ପଡୁଛ,

ବେଳେ ବେଳେ ଆଇନା ମୁଁ ଦେଖୁଛି

ପରନ୍ତୁ ନଜର ତୁମେ ଆସୁଛ।


ତୁମ ପାଇଁ ସଖୀ ମନ ତଳେ ମୋର

ଖୁସିରେ ଉଚ୍ଛନ୍ନ ହୁଏ,

ତୁମରି ପ୍ରେମରେ ଉବୁଟୁବୁ ପ୍ରାଣ

ତୁମଠୁ ତୁମକୁ ମାଗେ।


ଜାଣିଥାଅ ସଖୀ ତୁମ ମହକରେ

ମହକୁ ଥାଏ ମୁଁ ନିତି,

ଆଖି ବୁଝିଦେଲେ ତୁମେ ଏକାଥାଅ 

ଅନିଦ୍ରା କାଟିଛି କେତେ ରାତି।


ହୃଦୟଟା ତୁମ ଏତେ ଯେ ସୁନ୍ଦର

କଳନା ବାହାରେ ମୋର,

ଯେତେ ଭାବୁଥାଏ ତୁମ କଥା ସତେ

ସରୁ ନଥାଏ କେବେ ଗଭୀର।


ଆଖି ଖୋଜୁଥାଏ ସ୍ବପ୍ନ ଦେଖିବାକୁ

ଏ ଦିନ ଖୋଜୁଥାଏ ରାତି ହେବାକୁ,

ଠିକ୍ ସେମିତି ମୋ ମନ ଖଜୁଥାଏ

ତୁମ ପରି ଜଣେ ସୁନ୍ଦରୀ ଝିଅକୁ

ଜୀବନ ସାଥି କରି ରଖିବାକୁ।


ତୁମେ ନାହଁ ବୋଲି ସକାଳ ସୁରୁଜ

ମୁହଁ ମୋଡ଼ି ଦେଇ ଯାଏ,

ସକାଳରୁ ସଞ୍ଜ ଡେମ୍ ଆଡିରେ ବସି

ତୁମ କଥା ଭାବୁଥାଏ।


ଗୋଲାପୀ ଓଠରେ କହିଦେଇ ଯାଅ

ଭଲ ପାଅ ବୋଲି ମୋତେ,

ନିଦ ଭାଙ୍ଗି ଗଲେ ଦୂରେ ଯାଅ ଚାଲି

ତୁମକୁ ଖୋଜେ ମୁଁ କେତେ।


ଆସିବ ଆସିବ ସେ ଦିନ ଆସିବ

ମନ ସଙ୍ଗେ ମନ ମିଳନ,

ସେ ଯାଏଁ ପ୍ରିୟା ଗୋ ଅଥୟ ନହୋଇ

ଧର୍ଯ୍ୟକୁ କର ପାଳନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance