STORYMIRROR

Nilamadhab Raj

Abstract Inspirational Others

3  

Nilamadhab Raj

Abstract Inspirational Others

ସାଙ୍ଗ

ସାଙ୍ଗ

1 min
196

ଦୁନିଆ ଦିନକୁ ଦିନ ବଦଳି ଯାଉଛି

ସ୍ୱାର୍ଥପର ଲୋକଙ୍କ ମାତ୍ରା ବୃଦ୍ଧି ହେଉଛି,

ତୋ ପରି ସାଙ୍ଗ ପାଇ ମୁଁ 

ପ୍ରକୃତ ସାଙ୍ଗର ସଂଜ୍ଞା ପାଇଛି।

ଅସୁବିଧା ବେଳେ ଯିଏ ହାତ ନ ଛାଡ଼ିଛି

ସେମିତି ସାଙ୍ଗକୁ କିଏ ବା ଭୁଲିଛି ?

ସମୟ ସହିତ ଦିନ ବି ବିତୁଛି

ବନ୍ଧୁତ୍ୱର ଯଶ ସାରା ଦୁନିଆ ଦେଖିଛି।

ଦୁଃଖ ସୁଖ ଭଲ ମନ୍ଦ ଯେ ଆଦରେ ନୀତି

ଅଭାବ ଅନଟନେ ଯେ ପାଖେ ଥାଏ ନୀତି

ତା ଆଗେ ଶବ୍ଦ ଏଠି ମଉଳି ଯାଏ ଝଡି

ଭାବ ବୁଝି ମୁଣ୍ଡ ଆଉଁସି ଦିଏ ନୀତି

ଆଖି ଲୁହ ପଛି ଦେଇ ବକ୍ଷେ ଧରେ ଜାବୁଡ଼ି।

ଜୀବନର ଅଙ୍କାବଙ୍କା ପଥେ

ସମ୍ପର୍କ ଯାଏ ଆସେ ଏଠି ନୀତି,

ହଜାର ହଜାର ସମ୍ପର୍କ ଭିଡ଼ରେ

ଆମ ବନ୍ଧୁତାର ସମ୍ପର୍କ ଚିରଦିନ ଏଠି।

ଏମିତି ରହିଥା ତୁ 

ସାଥିରେ ମୋହର,

ବଞ୍ଚିଥିବା ଯାଏ ଦିନ ବିତିଯାଉ 

ସାଥିରେ ତୋର।

ଜୀବନର ଅନ୍ୟନାମ ଯେ ଯନ୍ତ୍ରଣା

ଅଳପେ ବହୁତ ଜଣା

ଅନୁଭବି ଏକା କହି ପାରିଥାଏ

ଜୀବନର କଣ୍ ନା ?

ସାଙ୍ଗ ଶୁଣ ଗୋଟେ କଥା

ପର କଥା ନ ଶୁଣିବୁ....

ଏ କାନରେ ଶୁଣି ସେ କାନରେ ଉଡେଇ

ରାଗିବୁନି ହସିଦେବୁ...... 

ଖୁସିରେ ହସଇ ଦୁଃଖରେ କାନ୍ଦୁ

ସାଥୀ ଚିରକାଳ ତୁ ମୋ ପ୍ରକୃତ ବନ୍ଧୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract