ବିଦ୍ୟାଗତ ଜୀବନ
ବିଦ୍ୟାଗତ ଜୀବନ
ସପନ ଦେଖିଥିଲି ବଡ଼ ହୋଇ ଦିନେ
ମଣିଷଟେ ହେବି ବୋଲି,
ଜୀବନ ଯୁଦ୍ଧରେ ସପନ ଦେଖୁ ଦେଖୁ
ଜଣା ପଡ଼ିଲାଣି କେବେ ବଡ଼ ହୋଇଗଲି।
ମୋ ବାଲ୍ୟ କାଳରେ କେତେ ଠକ ଥିଲି
ମୋ ଗାଁ ପଥୁରି ଥିଲା ଚାଟଶାଳୀ,
ମନେ ଅଛି ନ ଯିବା ପାଇଁ ଚାଟଶାଳୀ
ଘରେ କରୁଥିଲି କେତେ ଅଳି ।
ଚାଟଶାଳୀ ଗଲା ଅଜଣା ରାଇଜେ
ଆୟୁ ସୂର୍ଯ୍ୟ ଗଲା ଗଡି,
ସମୟର ସ୍ରୋତ ସପନ ସବୁକୁ
ଭାଙ୍ଗୁଥିଲା ମୋଡ଼ି ମୋଡ଼ି।
ଚାଟଶାଳୀ ଛାଡ଼ି ଉଚ୍ଚ ସ୍କୁଲ୍ ଗଲି
ନୂଆ ସାଙ୍ଗସାଥୀ କେତେ ପାଇଲି,
ସାର୍ ମାଡ଼ମ୍ ଙ୍କ ଭଲ ପାଇବାରେ
ତାଙ୍କ ପରି ହେବା ପାଇଁ ଅଭିଳାଷ ରଖିଲି।
ଠେଲି ପେଲି ହୋଇ
ଦଶମ ପାଠ ସରିଲା,
ତା' ପରେ ଦ୍ଵାଦଶ ପାଇଁ
ତିନିଟା କଲେଜ୍ ରେ ଘୁରି ଘୁରି
ଶେଷରେ ଗାଁ ପାଖ କଲେଜ୍ ରେ
ନାମ ଲେଖା ହେଲା।
ଶିକ୍ଷା ହିଁ ପ୍ରଗତି ଶିକ୍ଷାରେ ହିଁ ମୁକ୍ତି
ଶିକ୍ଷା ଜ୍ୟୋତିର୍ମୟ ଜ୍ୟୋତି,
ଶିକ୍ଷା ଆମ ଅମୂଲ୍ୟ ସମ୍ପତି
ଏହାକୁ ଆଖି ଆଗରେ ରଖି
ମୟୂରଭଞ୍ଜର ବଡ଼ କଲେଜ୍
ଏମ୍ ପି ସି ରେ ନାମ ଲେଖାଇଲି।
ଶୁଭ ପରିଣୟ ହେଲା ଯେ ମୋ ଦିନ
ସପନ ସାଜିଲା ଗତି,
ସେ ସବୁ ସପନ ସାଉଁଟୁ ସାଉଁଟୁ
ଆଜି ସମ୍ୱଲପୁର ଆସି ପହଞ୍ଚି ଗଲି।
ଜି. ଏମ୍ କଲେଜ୍ ର ଶିକ୍ଷା ବିଭାଗେ
ସ୍ନାତକୋତ୍ତର ପଢା ଚାଲିଛି,
ତାରି ଭିତରେ ସମୟ ପାଇ
ଏଇ ଫୋଟ ଟି ନେଇଛି।
ନିତି ଦେଖେ ଏ ମନ
ଅବୋଧ ଅବୁଝା ହୋଇ,
ନିଜ ପାଇଁ ନିଜେ ସଂଘର୍ଷ କରିବି
ନୁହେଁ କେହି କାହା ପାଇଁ।
ଫଳ ଆଶା ମନେ ପୋଷଣ ନକରି
କର୍ମ କରି ଚାଲିବି ମୁଇ,
ଭାଗ୍ୟ ଥିଲେ ଫଳ ନିଶ୍ଚିତ ମିଳିବ
ଏଥିରେ ଦ୍ଵିମତ ନାହିଁ।
ବିବେକକୁ କରି ବଳିଷ୍ଠ ସାରଥୀ
ଜୀବନ ରଥକୁ ନେବି ଆଗେଇ,
ମନ ତ ପବନ ଅୟୂତ ସପନ
ଖୋଜି ଚାଲେ ଖାଲି ସୁଖର ପାଇଁ।
ଏତିକି ଭିତରେ ସରିନି ସଂଘର୍ଷ
ଆଉ ବି ଅନେକ ଅଛି,
ପରିଶ୍ରମ ହିଁ ମୋତେ ଆଗକୁ ନେବ
ଏକଥା ମୁଁ ବୁଝି ପାରିଛି।