STORYMIRROR

Nilamadhab Raj

Romance Fantasy Others

3  

Nilamadhab Raj

Romance Fantasy Others

କହିଦିଅ ତୁମେ ଭଲ ପାଅ

କହିଦିଅ ତୁମେ ଭଲ ପାଅ

1 min
186

ଯେବେଠୁ ଦେଖିଛି 

ତୋତେ ଲୋ ସୁନ୍ଦରୀ

ପାଗଳ ହୋଇଛି ମନ,

ଚୋରି କରିଥିଲୁ

ହୃଦୟକୁ ମୋର

ଝୁରେ ତୋତେ ରାତି ଦିନ।


ଭାବେ ତୋର କଥା ନିଦେ, ଉଜାଗରେ

ଯେବେଠୁ ହୋଇଥିଲା ଦେଖା,

କେମିତି କହିବି କାଟେ ମୋର ଦିନ

ଆବୋରି ତୁମରି ଚିନ୍ତା।


ଭଲ ପାଇବାଟା ପାପ ନୁହେଁ

ଭୁଲି ଯିବା ପାପ ତୋରି,

କେମିତି ସହିବି ତୁ ଯଦି ଚାଲିବୁ

ଆଉ କାହା ହାତ ଧରି।


ମୁଁ ପରା ତୁମ ରାଜକୁମାର

ହସ ତୁମ କିଣି ଥିଲା ହୃଦୟକୁ ମୋର

ଏବେ ପ୍ରତାରଣା କରି

ମୋତେ କାହିଁ କରୁଛ ଦୂର।


ତୁମେ ମୋତେ ଭୁଲିଯିବ ଭାବିଛ

ନା ମୋ ସହ ଚାଲିବା ପାଇଁ ଚାହୁଁଛ

ଏ କଥା ମୁଁ ଜାଣିପାରୁନି ସତ,

କିନ୍ତୁ ତୁମ ହୃଦୟର ମନ୍ଦିରରେ 

ମୋତେ ଏବେବି ରଖିଛ ଜାଣିଛି

ତେଣୁ ତୁମ ପାଇଁ ହେଇଛି ଅପେକ୍ଷାରତ।


ଆଜିବି ଖୋଲା ରଖିଛି

ତୁମ ପାଇଁ ମୋ ସୁନ୍ଦର ହୃଦୟ,

ସାରା ଜୀବନ ଭଲ ପାଉଥିବି

ନ କରି ଲାଜ ଭୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance