STORYMIRROR

Nilamadhab Raj

Abstract Inspirational Others

3  

Nilamadhab Raj

Abstract Inspirational Others

ପ୍ରକୃତିକୁ ଭଲ ପାଅ

ପ୍ରକୃତିକୁ ଭଲ ପାଅ

1 min
181

ପାହାଡ ଗିରି ବନ ପର୍ବତ

ଦେଖୁଥାଏ ନୂଆ ନୂଆ,

ମନ ଭିତରର ଅକୁହା କଥା

ନ କହି ରହିପାରେନା ।


ସୁନ୍ଦର ବନାନୀ ଦେଖିବା ପାଇଁ

ଅନ୍ତର କୁହୁଳେ ମୋର,

ପ୍ରାକୃତିକ ଭରା ସନ୍ଦର୍ଯ୍ୟକୁ ଦେଖି

I Love You କହି କରେ ଚିତ୍କାର।


ମାନୁଛି ଗହଳି ଭିତରେ ଯେତେ ଚିତ୍କାର କଲେ

କେହି କେବେ ଶୁଣନ୍ତି ନାହିଁ,

କିନ୍ତୁ ବେଳେ ବେଳେ ପୁରା ଦୁନିଆକୁ ପଛରେ ଛାଡ଼ି

ପ୍ରକୃତିକୁ ନିଜ ମନ କଥା କହି ଦେଖ 

ଦେଖିବ ପ୍ରତିତ୍ତର ନ ଦେଇ ରହି ପାରେନି।


ମିଛ ମାୟା ଏହି ସଂସାରରେ

ତୁମେ କାହିଁକି ହେଉଛ ବାଇ,

ପ୍ରକୃତିର କଳକୁ ଥରେ ଯାଅ

ଦେଖିବ କେତେ ଶାନ୍ତି ସେଇଠି

ରହିଛି ଅନାଇ।


କିଛି ଅନୁଭୂତି କହି ହୁଏ ନାହିଁ

ମାନସେ କରେ ସେ ଖେଳ,

ଏଇ ସ୍ୱାର୍ଥପର ଦୁନିଆକୁ ଭୁଲି

ପ୍ରାକୃତିକ ପରିବେଶ ଦେଖି ଆସ

ନିଜେ ଜାଣିପାରିବ ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract