STORYMIRROR

Nilamadhab Raj

Romance Fantasy Others

3  

Nilamadhab Raj

Romance Fantasy Others

ମୋର୍ କଣ୍ ଭୁଲ୍

ମୋର୍ କଣ୍ ଭୁଲ୍

1 min
146

ଭଲ ପାଉଥିବା ଭଲ ଝିଅଟିକୁ 

ଭଲ ପାଇବା କଣ୍ ଭୁଲ୍ ?

ନା ଭଲ ପାଉଥିବା ଭଲ ପୁଅଟିକୁ

ଭଲ ପାଇବା ଭୁଲ୍ ?

ସରଗର ଚାନ୍ଦକୁ ଭଲ ପାଏ କଇଁ

ହେଲେ ଚାନ୍ଦ ଭଲ ପାଏ ରଜନୀକୁ,

ହେଲେ ସେ ରଜନୀ ଭଲ ପାଉଥାଏ

ଲୁଚି ଲୁଚି ଗଙ୍ଗଶିଉଳୀକୁ।

ଥରେ ଭାବି ଦେଖ

ସ୍ଵପ୍ନ ଦେଖିବା କଣ୍ ଭୁଲ୍ ?

ମନ ଦେବା କଣ୍ ଭୁଲ୍ ?

ହୃଦୟ ଦେବା କଣ୍ ଭୁଲ୍ ?

ନା ଭଲ ପାଇବା କଣ୍ ଭୁଲ୍ ?

ମୋତେ ଏତେ ଭଲ ଲାଗେ ଏ ଗୋଲାପକୁ

ଭାବିଲି ସତରେ ତା ପ୍ରେମରେ ପଡ଼ିଗଲି

ଭାବୁଥାଏ ତାକୁ ତୋଳିବିନି 

ଗଛରେ ଥିଲେ ସୁନ୍ଦର ଦିଶେ

କିନ୍ତୁ ମୁଁ ରହିପାରିଲି ନାହିଁ

ଶୟନରେ ସପନରେ ସେ ଫୁଲ ହିଁ ଦିଶୁଥାଏ

ଥରେ କିମ୍ବା ଦୁଇ ଥର ପାଖକୁ ଗଲି

ତାର କଣ୍ଟାର ଆଘାତରେ ଫେରି ଆସିଲି

କିନ୍ତୁ ମୋର ଦୁର୍ବଳତା

ତା ପ୍ରତି ଫୁଲ ଫୁଟିବାରୁ ହିଁ ଥିଲା

ମୁଁ ଭାବେ ଦୁଷ୍ଟାମୀ ଭଅଁରଟି

ସେଥିରେ ବସି ଚୁମ୍ବନ କରୁଛି

ମୁଁ ନିଜକୁ ନିଜେ ନ ସମ୍ଭାଳି

ତାକୁ ମୁଁ ଛିଡାଇ ନେଇ ଆସିଲି

ଏଥିରେ ମୋର ଭୁଲ୍ ଅବା କଣ୍ ?

ତୁମକୁ ଭଲ ପାଇବା ଆଶାରେ

ବହୁତ ଦୂର ଚାଲିଗଲି,

କିନ୍ତୁ ଦୂର ଆସି ଏବେ ଭାବୁଛି

ହୃଦୟରୁ ତୁମକୁ ବି ହଜେଇଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance