ମଣିଷ କିଆଁ ଛନ୍ଦି ହୁଏ ଫନ୍ଦ ଭିତରେ
ମଣିଷ କିଆଁ ଛନ୍ଦି ହୁଏ ଫନ୍ଦ ଭିତରେ
ସଂସାର'ଟା ସତେ କଅଣ
ଅଥଳ ଜଳ ରାଶି
ଯେଉଁଥିରେ ମଣିଷଟା ଖାଲି
ଚାଲି ଥାଏ ଭାସି ।
ଏ ପ୍ରଶ୍ନ ମନରେ ମୋର ଆସେ
ତ ବରାମ୍ବାର
ଭାବିଲେ ମନ ମଧ୍ୟେ ଦୃଶ୍ୟ
ହୁଏ ବିଭିନ୍ନ ଚିତ୍ରର ।
ଯେତେସବୁ ଫଳ କର୍ମ କରି
ମଧ୍ୟ ଦୁଃଖ ଦୁର୍ଦ୍ଦଶାର
ଥରକୁ ଥର ଭାଙ୍ଗେ ଆହୁଲାଟା
ବିଶ୍ଵାସ ଆଶାର ।
ଜିଜ୍ଞାସା-ଜୀବିକା-ଜିଗୀଷାର
ଛାୟା ଜୀଵନରେ
ସରଳତା ହାରି ଯାଏ କୁଟିଳତାର
ପଶା ଖେଳରେ ।
ଭେଲ ଜାଣି ମଣିଷ କିଆଁ ଛନ୍ଦି
ହୁଏ ସବୁ ଫନ୍ଦ ଭିତରେ
ମାୟା ମୋହ ମତଲବି ଫରୁଆ
ଭିତରୁ ମୁକୁଳି ନପାରେ ।
ଦେହଟା ପାଲଟିଯାଏ ଅଲୋଡ଼ା
ପ୍ରୌଢ଼ କିଛି ଦିନ ଭିତରେ
ଚୁପି ଚୁପି ମୃତ୍ୟୁ ଆସେ, ସବୁ
କୀର୍ତ୍ତିସ୍ତମ୍ଭ ଭାଙ୍ଗିରୁଜିବାରେ ।
