STORYMIRROR

Ramakanta Swain

Abstract Others

4  

Ramakanta Swain

Abstract Others

ପ୍ରଶ୍ନ

ପ୍ରଶ୍ନ

1 min
382

ଜୟ ଜଗନ୍ନାଥ


ଜୀବନଟା ପୂର୍ଣ୍ଣ କେବଳ ହିଁ ପ୍ରଶ୍ନ

ଉତ୍ତର ଖୋଜିବା ପାଇଁ

ପାଇଲେ ଉତ୍ତର ହୋଇବୁ ଉଦ୍ଧାର

ସମାଧାନ କରେ ସେହି ।୧।

ମାତା ଗର୍ଭେ ଥାଇ ପ୍ରଶ୍ନ କରୁ ତୁହି

ପରଂବ୍ରହ୍ମ ମୁଖ ଚାହିଁ

କାହିଁକି ଆସିଛି କୁଆଡେ ଯାଉଛି

କହି ଦିଅ ଭାବଗ୍ରାହୀ।୨।

ପାଇଲୁ ଉତ୍ତର ଶ୍ରୀଧର ପୟର

ସତ୍ୟ ଧର୍ମ ପଥେ ଥିବୁ

ସଂସାରେ ଜନମ କରିବୁ କରମ

ଧରମ ପଥରେ ଯିବୁ ।୩।

ମାତା ଗର୍ଭୁ ପଡ଼ି ଭୂମି ପରେ ଗଡ଼ି

ପ୍ରଶନ ପଚାରି ଦେଲୁ

କୁଆଁ କୁଆଁ ଶବ୍ଦ କିଏ ମୁହିଁ ସିଦ୍ଧ

ଉତ୍ତର'ଟା ଖୋଜୁ ଥିଲୁ ।୪।

ଶିଶୁ ପ୍ରାଣ ତୋର ଖୋଜିଲା ଉତ୍ତର

ଆକାଶର ଜହ୍ନ ଦେଖି

ପିତା ମାତା ମିଶି ବନ୍ଧୁ ପରିବେଶୀ

ପ୍ରଶ୍ନର ହୋଇଲେ ସାକ୍ଷୀ ।୫।

ଗୁରୁ ପାଶେ ଯାଇ ଶିଷ୍ୟ ହୃଦ ନେଇ

ଜିଂଜ୍ଞାସା ବଢିଲା ତୋର

ପାଠ କିବା ଶାଠ ହୃଦୟ ଅତୁଟ

ଉତ୍ତର ଖୋଜିବା ସାର।୬।

ବୟସ କିଶୋର ମନରେ ବିଚାର

ଅସୁମାରୀ ପ୍ରଶ୍ନ ଧରି

ମନ ଅମାନିଆ କରୁଛି ଛାନିଆ

ସଂସାର ଖାତାରେ ଭରି।୭।

ଜୀବନ ଯୌବନ କରେ ଆନମନ

କାମନା ବାସନା ପ୍ରଶ୍ନ

କାମିନୀ ଉତ୍ତର ଗଢିଛି ସଂସାର

ତଥାପି ବୁଝୁନି ମନ ।୮।

ମିଶାଣ ଫେଡାଣ ହରଣ ଗୁଣନ

ମନରେ କରୁଛି ବୁଢ଼ା

ପ୍ରଶ୍ନ ଆସେ ଯେତେ ଶେଷ ଫଳ କେତେ

ଉତ୍ତର ହେଉଛି ଲୋଡା ।୯।

ମାତା ଗର୍ଭ ପ୍ରଶ୍ନ ଭୁଲି ଗଲା ମନ

କାମିନୀ କାଞ୍ଚନ ପାଇଁ

ବୁଢ଼ା ବୟସରେ ହୃଦୟ ଖାତାରେ

ଖୋଜିଲେ ଉତ୍ତର ନାହିଁ।୧୦।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract