STORYMIRROR

Ramakanta Swain

Fantasy

4  

Ramakanta Swain

Fantasy

ବର୍ଷା

ବର୍ଷା

1 min
31


ତୁମ ବିନା ସହି ପାରୁ ନାହିଁ ରହି

ବିରହ ବେଦନା ଜାଳୁଛି

ସେଦିନୁ ଗଲଣି ଆସ ଲେଉଟାଣି

ଦିବସ ରଜନୀ ଭାବୁଛି

     ଖୋଜୁଛି

ଫେରିବା ବାଟକୁ ଚାହିଁଛି

ସଜାଇ ସୁମନ ସ୍ଵାଗତ ତୋରଣ

ଅକାଳେ ସପନ ଦେଖୁଛି।୧।


ପାଦର ନୁପୁର ଛମଛମ ସ୍ଵର

ସତେକି କାନରେ ବାଜୁଛି

ଖୋଲି ଦେଲେ ଆଖି ପାରୁ ନାହିଁ ଦେଖି

ବିଷାଦ ହୃଦୟେ କାନ୍ଦୁଛି

       ମରୁଛି

ନୟନୁ ଲୋତକ ଢାଳୁଛି

ତୁମେ ଯେବେ ନାହଁ ହୃଦେ ଭରେ କୋହ

କେବେବି ପାରୁନି ମୁରୁଛି।୨।


ବାଦଲ ପଛରେ ଲୁଚିଛ ମଜ୍ଜା ରେ

ଯନ୍ତ୍ରଣା ଶେଜରେ ଚାହିଁଛି

ସମୀର ହାତରେ ପଠାଇ ଆତୂରେ

ଅଳପ ଗଳପ ଲେଖିଛି

      ବସିଛି

ତୁମ ପାଇଁ ପ୍ରିୟା ଦେଇଛି

ପାଇଲେ ପତର ଆସିବ ସତ୍ତ୍ଵର

ଶୁଷ୍କ ତୃଣେ ଶେଜ ସାଜିଛି ।୩।


ତୁମର ଅଭାବେ ସୂରୁଯ ପ୍ରଭାବେ

ଜୀବନ ଯୌବନ ପୋଡ଼ୁଛି

ଶୁଖିଲା ତଟିନୀ ଛଟପଟ ପ୍ରାଣୀ

ବିଟପୀ ସୌରଭ ହାରିଛି

      ଲୋଟୁଛି

ତତଲା ମାଟିରେ ଶୋଇଛି

ଦୂରେ ଥାଇ ପ୍ରିୟା କରିବ ସୁଦୟା

ଏତିକି ମିନତି କରୁଛି ।୪।


ହୋଇବ ପୁଆଣି ମରତ ଘରଣୀ

ଆରତ୍ତ ନୟନେ ଦେଖୁଛି

ପାଦ ଟିକେ କାଢି ବାଣ ଘଡଘଡି

ଅଦୂରେ ରୋଷଣୀ ଶୁଭୁଛି

       ନାଚୁଛି

ଆସିବା ଖବର ପାଇଛି

ଅଳପ ସଲିଳ ହୃଦୟେ କଲ୍ଲୋଳ

ଶରୀରେ ପରଶ ଲଭିଛି।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy