STORYMIRROR

Chittaranjan Nanda

Romance Tragedy Fantasy

4  

Chittaranjan Nanda

Romance Tragedy Fantasy

ମନେ ପଡ ତୁମେ

ମନେ ପଡ ତୁମେ

1 min
326


ମନେ ପଡ ତୁମେ,

ଭଲ ପାଇଥିଲି,

ହୃଦୟ ଦେଇଥିଲି,

ପଚାରେ ତୁମକୁ,

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୧|


ମନେ ପଡ ତୁମେ,

ମନର ନିଭୃତ କୋଣରେ,

ବିଶ୍ଵାସ କରିଥିଲି ଅନ୍ତରରେ,

ଭାବିଥିଲି ନିଜର ତୁମକୁ

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୨|


ମନେ ପଡ ତୁମେ,

କେତେ ବୁଲିଥିଲେ,

ସାଗରର ନୀଳ ଲହରୀରେ ,

ବେଳାଭୂମି ଶୀତଳ ଶେଯରେ,

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୩|


ମନେ ପଡ ତୁମେ,

ଉଡୁଥିଲି ତୁମ ପହିଲି ଛୁଆଁରେ,

ଫଗୁଣର ଫୁଲ ଉହାଡରେ,

ବସନ୍ତରେ ପ୍ରୀତିର ମିଠା ମହକରେ,

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୪|


ମନେ ପଡ ତୁମେ,

ଆମର ସେ ପ୍ରେମର ସ୍ବରୂପକୁ

ସଦା ଅନୁଭବ କରି ପାରୁଛି,

ମୋର ହୃଦୟ ଭିତରେ,

ମୁଁ ଧୈର୍ଯ୍ୟର ପରୀକ୍ଷା ନେଉଛି,

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୫|


ମନେ ପଡ ତୁମେ,

ଭଲ ପାଇବାର ମାନେ,

ହେ ପ୍ରିୟା ବୁଝି ପାରିଲନି,

ବାହାନା ଦେଖାଇ, ଗଲ ଦୂରେଇ

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୬|


ମନେ ପଡ ତୁମେ,

ଭଲ ପାଇବା ସତ୍ୟ ଓ ଚିରନ୍ତନ,

ରହିବ ଏ ମୃତ୍ୟୁ ପର୍ଯ୍ୟନ୍ତ,

ଦେଖେ ମୁଁ ସେଥିରେ ସଦା ଶାଶ୍ଵତ ଆଲୋକ,

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୭|


ଜଳିବାର ଆନନ୍ଦ ଜାଳିବାରେ ନ ଥାଏ

ବିରହ ଆନନ୍ଦ ମିଳନରେ ନ ଥାଏ

ଏକାଠି ରହିବାର ଆନନ୍ଦ

ସ୍ଵାର୍ଥପରତାରେ ନ ଥାଏ

ପ୍ରତାରିତ କଲ ମୋତେ,

ଜବାବ ଦେବାକୁ,

କି ଭୁଲ୍ ମୁଁ କରିଛି ? |୮|



Rate this content
Log in

Similar oriya poem from Romance