STORYMIRROR

Panchanan Jena

Abstract Fantasy

4  

Panchanan Jena

Abstract Fantasy

ବର୍ଷା ସରଗମ୍

ବର୍ଷା ସରଗମ୍

1 min
407


ମେଘ ବରଷୁଛି ଟୁପୁରୁ ଟାପ୍

କନିଥର କଢିରୁ ପାଣି ଖସୁଛି ଠପ୍ ଠାପ୍

ଫୁଲ ଓଠକୁ ଯାଉଛି ଛୁଇଁ

ଅମୀୟ ପୀଯୁଷ ପିଉଛି ତୃପ୍ତିରେ ମୁରୁକି ଦେଇ

ମୃଦୁ କଂପନ

ବେପଥୁ ଶିହରଣ

ତୁମେ ମନେପଡ଼ 

ବେଶି ମନେପଡ଼ ଠକ୍ ଠାକ୍ ।


ମୃତୁ ମଳୟର କୁତୁକୁତୁ ଖେଳ ରିମ୍ ଝିମ୍

କଟି ପ୍ରଦେଶରେ ସୁକୋମଳ ହିଲ୍ଲୋଳ

ଆଦ୍ୟ ମଉସୁମୀ ଆସିଛି ବେଗି

କାନେ କହି ଦେଇ 

ଅଣ୍ଟା ହଲେଇ ଝୁଲେଇ

ବେଶୀ ଲହରେଇ

ନାଚି ଯାଉଛି ଡେଙ୍ଗୀ

ପ୍ରଭାତୀ ମଙ୍ଗଳ ମୁର୍ଚ୍ଛନା ସିମ୍ ସିମ୍ ।



ଖୁସି ଉତ୍ସବେ ଧରଣୀ ନାନୀ ଗଦ୍ ଗଦ୍‌

ଉଡ଼େଇ ସବୁଜ ପଣତ କାନି

ଅଂଗେ ଭଙ୍ଗେ ଶୋଭେ ରଜ ମସ୍ତାନି

ହାତ ହଲେଇ କର ପଲ୍ଲବେ 

ସ୍ଵାଗତ ସୁରେ ଚାମର ସେବେ

ସୁନ୍ଦର ଶୋଭା ଆହା କି ମନୋହର

ନିଦ ତ୍ୟାଗୀ ଆଖିର

 ସକାଳିକ ଅମୃତ ଆସରେ ଆତ୍ମହରା 

ତେଜି ପଲକ ବେନି ମସ୍ତ୍ ମସ୍ତ୍ ।


ମେଘ ଛାଡିଗଲା ପରେ ଚଟ୍ ପଟ୍

ଫୁଲ ଚାଙ୍ଗୁଡି ଧରି 

କୁନି ଝିଅ ମେଘା 

ଡ଼େଉଁଛି ଖପ୍ ଖାପ୍

ଘରେ ସମସ୍ତେ ନିଶ୍ଚେତ

ପିଞ୍ଜରା ଭିତରୁ ବାହାରି ଖଗ

ଡେଉଁଛି ଯେମିତି ମୁକ୍ତ ବିହଗ

କାଦ ପିତକାରି 

ଚପଲ ଆବୋରୀ 

ଅସନା ଡ୍ରେସ ପଛ ପଚ୍ ପଚ୍ ।


ବର୍ଷା ଅପା ! ଭାରି ସିଆଣୀ ଛମ୍ ଛମ୍

ଆସିଛ ଅସିଣେ ନେଇ

ହେମ ଶସ୍ୟ ଯୌବନା

ବହୁରା ମନ କେଦାରେ ବୁଣି

ଅମୃତ ସମ୍ଭାବନା ସରଗମ୍ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract