STORYMIRROR

Usharani Sahoo

Fantasy

4  

Usharani Sahoo

Fantasy

ପ୍ରିୟତମା

ପ୍ରିୟତମା

1 min
298

ତୁମେ ମୋ ଜୀବନ ତୁମେ ମୋ ସ୍ପନ୍ଦନ

ତୁମେ ପ୍ରିୟତମ ମୋର

ଦିନ ରାତି ସାଥୀ ଖୋଜୁଛି ତୁମକୁ

ପ୍ରିୟତମା ମୁଁ ତୁମର।


ତୁମେ ମୋ ବିଶ୍ୱାସ ତୁମେ ମୋ ନିଃଶ୍ୱାସ

ତୁମେ ମୋ ଜୀବନ ଧନ

ତୁମ ବିନା ସାଥୀ ବଞ୍ଚିବି କେମିତି

ଯୁଗ ଲାଗେ ଗୋଟେ ଦିନ।


ଶୂନ୍ୟ ହୃଦୟରେ ରାଗ ଭରିଦେଲ

ସାତସୁରର ରାଗିଣୀ

ହୋଇ ମୁଁ ଆନନ୍ଦ ଗାଉଛି ସଙ୍ଗୀତ

ପାରୁନାହିଁ କିଛି ଜାଣି।


ସେବେଠାରୁ ପ୍ରିୟ ଦେଖିଛି ତୁମକୁ

ମନ କରିଦେଲ ଚୋରି

ଗୋଟିଏ ମୁହୁର୍ତ୍ତ ରହିପାରୁ ନାହିଁ

ସର୍ବଦା ହୁଅଇ ଝୁରି।


କେଇ ପଦ କଥା ମନେ ପଡେ ସଦା

ମନରୁ ପାରୁନି ଭୁଲି

ତୁମ ପାଇଁ ପ୍ରିୟ ଦେଖୁଛି ସପନ

ନିଜକୁ ହଜେଇ ଦେଲି।


ତୁମରି ପରଶେ ଦେହେ ଶିହରଣ

ଖେଳି ଯାଏ ତନୁ ମନ

ଭାବ ପ୍ରୀତିର ଏ ପରଶ ଛୁଆଁରେ

ଭିଜିଯାଏ ମନ ପ୍ରାଣ।


ପରଶ ଛୁଆଁରେ କରିବା ଘରରେ

ଗଢିଵା ରାଜମହଲ

ସେ ମହଲ ମଧ୍ୟେ ଥିବା ଆମେ ଦୁହେଁ

ହୋଇଯିବା ଏକାକାର।


ଶ୍ରାବଣ ଧାରାରେ ଭିଜିଵା ଆମେରେ

ହଜିଯିବା ରାତିଦିନ

ସେ ଧାରାରେ ଆମେ ଦେଖିବା ସପନ

ପୂର୍ଣ୍ଣ ହେଉ ମନସ୍କାମ ।


ତୁମେ ପ୍ରିୟତମ ମୁଁ ଯେ ପ୍ରିୟତମା

ଦୁହେଁ ତ ଦୁହିଁଙ୍କ ପାଇଁ

ଚୀର ଦିନ ପାଇଁ ଆମ ଏ କାହାଣୀ

ରହିବ ଅମର ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy