ପ୍ରିୟତମା
ପ୍ରିୟତମା
ତୁମେ ମୋ ଜୀବନ ତୁମେ ମୋ ସ୍ପନ୍ଦନ
ତୁମେ ପ୍ରିୟତମ ମୋର
ଦିନ ରାତି ସାଥୀ ଖୋଜୁଛି ତୁମକୁ
ପ୍ରିୟତମା ମୁଁ ତୁମର।
ତୁମେ ମୋ ବିଶ୍ୱାସ ତୁମେ ମୋ ନିଃଶ୍ୱାସ
ତୁମେ ମୋ ଜୀବନ ଧନ
ତୁମ ବିନା ସାଥୀ ବଞ୍ଚିବି କେମିତି
ଯୁଗ ଲାଗେ ଗୋଟେ ଦିନ।
ଶୂନ୍ୟ ହୃଦୟରେ ରାଗ ଭରିଦେଲ
ସାତସୁରର ରାଗିଣୀ
ହୋଇ ମୁଁ ଆନନ୍ଦ ଗାଉଛି ସଙ୍ଗୀତ
ପାରୁନାହିଁ କିଛି ଜାଣି।
ସେବେଠାରୁ ପ୍ରିୟ ଦେଖିଛି ତୁମକୁ
ମନ କରିଦେଲ ଚୋରି
ଗୋଟିଏ ମୁହୁର୍ତ୍ତ ରହିପାରୁ ନାହିଁ
ସର୍ବଦା ହୁଅଇ ଝୁରି।
କେଇ ପଦ କଥା ମନେ ପଡେ ସଦା
ମନରୁ ପାରୁନି ଭୁଲି
ତୁମ ପାଇଁ ପ୍ରିୟ ଦେଖୁଛି ସପନ
ନିଜକୁ ହଜେଇ ଦେଲି।
ତୁମରି ପରଶେ ଦେହେ ଶିହରଣ
ଖେଳି ଯାଏ ତନୁ ମନ
ଭାବ ପ୍ରୀତିର ଏ ପରଶ ଛୁଆଁରେ
ଭିଜିଯାଏ ମନ ପ୍ରାଣ।
ପରଶ ଛୁଆଁରେ କରିବା ଘରରେ
ଗଢିଵା ରାଜମହଲ
ସେ ମହଲ ମଧ୍ୟେ ଥିବା ଆମେ ଦୁହେଁ
ହୋଇଯିବା ଏକାକାର।
ଶ୍ରାବଣ ଧାରାରେ ଭିଜିଵା ଆମେରେ
ହଜିଯିବା ରାତିଦିନ
ସେ ଧାରାରେ ଆମେ ଦେଖିବା ସପନ
ପୂର୍ଣ୍ଣ ହେଉ ମନସ୍କାମ ।
ତୁମେ ପ୍ରିୟତମ ମୁଁ ଯେ ପ୍ରିୟତମା
ଦୁହେଁ ତ ଦୁହିଁଙ୍କ ପାଇଁ
ଚୀର ଦିନ ପାଇଁ ଆମ ଏ କାହାଣୀ
ରହିବ ଅମର ହୋଇ।
