STORYMIRROR

Nirupama Tarai

Abstract Fantasy

4  

Nirupama Tarai

Abstract Fantasy

ବୁନ୍ଦାଏ ଲୁହ

ବୁନ୍ଦାଏ ଲୁହ

1 min
642

ବୁନ୍ଦାଏ ଲୁହ ଝରିଯାଅ ତୁମେ

ନୀରବ ନିଶ୍ଚଳ ସୁଦୀର୍ଘ ହୋଇ

କେବେ ତମେ ବାଟବଣା ହୋଇ

ଅନେକ କ୍ଷେତ୍ରରେ ବିରତି ନେଇ।୧।


ଅନ୍ତର ମଧ୍ୟ ରେ ଥିବା କୋହକୁ

ପାରିଵ ସାନ୍ତ୍ଵନା ଦେଇ।

ଦୁଃଖ ଦୁର୍ଦ୍ଦଶା କୁ ହୃଦୟ ରେ ରଖି

ପାରିବ ଆନନ୍ଦେ ଶୋଇ। 

ଅନ୍ୟର କଷ୍ଟରେ ଦେଖିକରି

ପାରିବ ମନକୁ ସମ୍ଭାଳି ନେଇ। ‌‌୨।


ଲୁହ ନୁହଁ ଏକ ବିନ୍ଦୁୁୁଏ ଜଳ

ସମୁୁଦ୍ର ଜୁଆର ଆଣେ ଭଟ୍ଟା

କେତେବେଳେ ସାଜେ କ୍ଷୁଦ୍ର ଗଳ୍ପ

କେତେ କଥା ଦିଏ ନିରବେ କହିି। ୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract