ବୁନ୍ଦାଏ ଲୁହ
ବୁନ୍ଦାଏ ଲୁହ
ବୁନ୍ଦାଏ ଲୁହ ଝରିଯାଅ ତୁମେ
ନୀରବ ନିଶ୍ଚଳ ସୁଦୀର୍ଘ ହୋଇ
କେବେ ତମେ ବାଟବଣା ହୋଇ
ଅନେକ କ୍ଷେତ୍ରରେ ବିରତି ନେଇ।୧।
ଅନ୍ତର ମଧ୍ୟ ରେ ଥିବା କୋହକୁ
ପାରିଵ ସାନ୍ତ୍ଵନା ଦେଇ।
ଦୁଃଖ ଦୁର୍ଦ୍ଦଶା କୁ ହୃଦୟ ରେ ରଖି
ପାରିବ ଆନନ୍ଦେ ଶୋଇ।
ଅନ୍ୟର କଷ୍ଟରେ ଦେଖିକରି
ପାରିବ ମନକୁ ସମ୍ଭାଳି ନେଇ। ୨।
ଲୁହ ନୁହଁ ଏକ ବିନ୍ଦୁୁୁଏ ଜଳ
ସମୁୁଦ୍ର ଜୁଆର ଆଣେ ଭଟ୍ଟା
କେତେବେଳେ ସାଜେ କ୍ଷୁଦ୍ର ଗଳ୍ପ
କେତେ କଥା ଦିଏ ନିରବେ କହିି। ୩।
