STORYMIRROR

Chittaranjan Nanda

Abstract Romance Fantasy

4  

Chittaranjan Nanda

Abstract Romance Fantasy

ସ୍ୱପ୍ନରେ ହଜିଲା ପ୍ରେମ

ସ୍ୱପ୍ନରେ ହଜିଲା ପ୍ରେମ

1 min
361


ଆଜିର ରାତ୍ରିର ନିର୍ଜନ ପ୍ରହରରେ 

ମନରେ ଆସେ ଭାବନ୍ତର,

ମନ ଅଗଣାରେ ଆସଇ ସ୍ମୃତି ମୋର 

ସେ ହଜିଲା ପ୍ରେମର ।୧।


ଭାସିଲା ମେଘ ସଦୃଶ ଭାସି ଯାଉଛି ମୁଁ 

ଉଚ୍ଚାଟ ହୁଅଇ ମନ

ହଜିଲା ପ୍ରେମର ସ୍ୱପ୍ନରେ ହୋଇଛି ତ 

ମତୁଆଲା, ଭୁଲି ମାନ ଅଭିମାନ ।୨।


ରହିଥିଲା, ରହିଛି, ରହିବ ଅମର ପ୍ରେମ, 

ସେ ଶାଶ୍ୱତ ଓ ଚିରନ୍ତନ 

ତମସା କୋଳରେ ଉଦ୍ୟାନ ସଦୃଶ ଶୋଭା

ପାଉଛି ଶୁଭ୍ର ସୁମନ ।୩।


ଅନୁଭବର ଅନ୍ତରଙ୍ଗ ସୁଖ ସର୍ବଦା ହୋଇ 

ରହେ ଆକର୍ଷଣୀୟ

ମୁଗ୍ଧ-ବିହ୍ଵଳିତ ଅନୁଭୁତିର ସଜଳ ପ୍ରତିଫଳନ 

ଅଟେ ବରଣୀୟ ।୪।


ତମସା କୋଳରେ ପାଇବିନି ମୟୂରର ନାଚ, 

ମେଣ୍ଟିବନି ମନ-ଶୋଷ

କାକ, ପିକ, କୁକ୍କୁଟ ଶବ୍ଦେ ବିଦାୟ ନେବ ରଜନୀ, 

ହେବ ସ୍ୱପ୍ନର ଶେଷ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract