STORYMIRROR

Pranati Jena

Abstract Fantasy Others

4  

Pranati Jena

Abstract Fantasy Others

ଆର୍ଯ୍ୟାବର୍ତ୍ତ ଶିରୋମଣି

ଆର୍ଯ୍ୟାବର୍ତ୍ତ ଶିରୋମଣି

1 min
263


   (ବଙ୍ଗଳାଶ୍ରୀ ରାଗ)


ପୁଣ୍ୟ ଭାରତ'ର ଐତିହ୍ୟ ମହିମା

    କୀର୍ତ୍ତିରାଜି ଅତୀତର,

ଅକ୍ଷୁର୍ଣ୍ଣ ଆଜିସେ ବିଶ୍ୱରେ ସୁଷମା

     ନାହିଁ ତା'ର ପଟାନ୍ତର.....l


ଦେବଭୂମି ମାତା ଭାରତୀ ଭାରତେ

   କୋଟି ବୀର ପ୍ରସବିନୀ,

କଳାକାର ସ୍ମୃତି ଜୀବନ୍ତ ଗାତ୍ରରେ

    ବିଭବର ସ୍ରୋତସ୍ୱିନୀ......l


ବିନ୍ଧ୍ୟପର୍ବତ ମା' କଟୀରେ ଶୋଭିତ

   ଅନନ୍ୟ କଟୀ ମେଖଳା,

ହିମାଳୟ ମଥା ମୁକୁଟ ଖଚିତ

 ହୀରାରେ ଚନ୍ଦ୍ରମା ମେଳା....l


ଶ୍ରୀପଦ ପଖାଳେ ପୁଣ୍ୟ ପାୟୋନିଧି

   ଉର୍ମିମାଳା କଲ୍ଲୋଳୀନି,

ପୂର୍ବରେ ବଙ୍ଗୋପ ପଶ୍ଚିମେ ଆରବ

   ଆର୍ଯ୍ୟାବର୍ତ୍ତ ଶିରୋମଣି.....l


 ଅଦ୍ରିରାଟ ଶୋଭେ ଉତ୍ତର ଦିଗରେ 

   ଦକ୍ଷିଣେ କନ୍ୟାକୁମାରୀ,

ରାମନାଥ ଛନ୍ତି ସୋମନାଥ ଫୁଣି 

   ଦ୍ୱାରିକାରେ ବଂଶୀଧାରୀ.....l


ପୂର୍ବେ ପୁରୀଧାମେ ପ୍ରଭୁ ଜଗନ୍ନାଥ

    ପଶ୍ଚିମେ ଦ୍ୱାରିକାନାଥ,

ଉତ୍ତରରେ ବଦରିକା(ଆଶ୍ରମ) ବଦ୍ରିନାଥ

    ଦକ୍ଷିଣରେ ରାମନାଥ.....l


ପୁଣ୍ୟତାର ଫଳେ ମୋଦେଶ ଭାରତେ 

    ଐତିହ ସଂସ୍କୃତି ଗାଥା,

କାଳଜୟୀ ବୀର ଇତିହାସ କୋଳେ

    ବିନ୍ଧାଣି ବୀରସେ, ଯଥା...l


ରାମକୃଷ୍ଣ ପୂଜ୍ୟ ସେ ବିବେକାନନ୍ଦ 

   ଯୋଗଜନ୍ମା ଧର୍ମବୀର,

ବେଦାନ୍ତଦର୍ଶନ ଉଭୟବାଦର 

  ଦୂରଦେଶରେ, ପ୍ରଚାର.....l


କାବ୍ୟ, କବିତାରେ କାବ୍ୟକୁଞ୍ଜ ସ୍ରଷ୍ଟା

    ମାଧୁର୍ଯ୍ୟ, ବିରହ ନେଇ,

ମିଳନ, ମଧୁର, ପ୍ରେମରସ ଧାରା

    ଅଦ୍ୱତୀୟ ସ୍ମୃତି ସେଇ......l


ଜାତି, ଧର୍ମ,ବର୍ଣ୍ଣର ନିର୍ବିଶେଷରେ

    ଐକ୍ୟ ତୁର୍ଯ୍ୟର ନିନାଦ,

ସାମ୍ୟ ସମତାର ସମନ୍ୱୟତାରେ

    ବିବିଧେ ଏକତା ସ୍ୱାଦ.....l


ଶିଳ୍ପରେ ସମୃଦ୍ଧ ଉତ୍କୃଷ୍ଟ କଳାରେ

   କୀର୍ତ୍ତିରାଜି କଳେବର,

ଅତୀତ ଗୌରବ ଅତୀତ ମହିମା

   ନାହିଁ ତାର ପଟାନ୍ତର.......l


ମହାର୍ଘ୍ୟ ମହକ ଅତ୍ମୀୟତା ଭାବ

  ସଂସ୍କାର,ସଂସ୍କୃତିପର୍ବ,

ସର୍ବଧର୍ମ ସମନ୍ୱୟ ମହାର୍ଣ୍ଣବ

   ଅଖଣ୍ଡତାର ସୌରଭ.....l


ଚିର ବନ୍ଦନୀୟା ଧନ୍ୟ ଵୀରାଙ୍ଗନା

    ସମ୍ପଦରେ ପରିପୂର୍ଣ୍ଣା

ସୁରକ୍ଷା ଜଞ୍ଜିରୀ ସାଜିଛନ୍ତି ସେନା

   ବୀରମାତା ସେ, ଅନନ୍ୟା......l


ଚିନ୍ମୟୀ ସ୍ୱରୂପା ନୈସ୍ୱର୍ଗୀକ ଆଭା

   ସ୍ୱର୍ଣ୍ଣଗର୍ଭା ସୁଶ୍ୟାମଳା,

ରତ୍ନଗର୍ଭା ବିମୋହିତ ଅନୁଭବା

   ରୂପକଳ୍ପେ ଶିଳ୍ପୀବାଳା.....ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract