Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DINESH AGRAWALLA

Romance

4  

DINESH AGRAWALLA

Romance

ପ୍ରିୟତମା

ପ୍ରିୟତମା

1 min
226



ପ୍ରିୟତମା !

କାଚର ଆଇନା ଘରେ 

ସାଇତି ରଖିଛି 

ତୁମରି ନାଁ ରେ 

ଗହମ ରଙ୍ଗର

ମହମ ପ୍ରତିମା l 

ଡରମାଡ଼େ

ଅଦିନିଆ ଖରା ବେଳେ 

କାଳେ ତୁମେ ବହିଯିବ 

ମୋ ଦେହର ଝାଳପରି 

ଉପରୁ ତଳକୁ l

ଦିଅଦିଅ କଥାଦିଅ 

ପ୍ରିୟତମା ମୋର 

କିଛି ଅନ୍ଧାର, କିଛି ନିର୍ଜନତା 

କିଛି ନୀରବତା ବି ଦିଅ 

ଏ ମହାର୍ଘ ବେଳାରେ l

ପ୍ରିୟତମା !

ମନ ଜଳେ ଦେହ ଜଳେ 

ମହମ ତରଳେ 

ହୃଦୟ ସଳିତା ହୋଇ 

ପ୍ରେମ ଦୀପ ଦପ୍ ଦପ୍ ଜଳେ l 




Rate this content
Log in

Similar oriya poem from Romance