STORYMIRROR

DINESH AGRAWALLA

Romance

3  

DINESH AGRAWALLA

Romance

ପ୍ରିୟତମା-5

ପ୍ରିୟତମା-5

1 min
250


ପ୍ରିୟତମା 

ପାଦତଳୁ ମାଟି ଖସିଯାଇପାରେ 

ଆକାଶଠୁ ବି ବେଦନାର ଲୁହ 

ବର୍ଷି ଯାଇପାରେ 

ପ୍ରେମର ମିଠା ମିଠା 

ଆତ୍ମୀୟ ଆକର୍ଷଣରେ l 

କହିପାରିବ, 

କହିପାରିବ ପ୍ରିୟତମା ମୋର 

ଆଖିରୁ ନିଗିଡି ଯାଉଥିବା 

ଉଷୁମ ଲୁହକୁ 

ଓଠ କାହିଁକି ପିଇଯାଏ? 


ଦେଇପାରିବ, 

ଦେଇପାରିବ ମୋର ପ୍ରଶ୍ନର ଉତ୍ତର 

ତୁମ ହାତର କୋମଳ ସ୍ପର୍ଶରେ 

ମୋ ଦେହ କାହିଁ ଶିହରି ଉଠେ? 


ପ୍ରିୟତମା 

ସେଇଥି ପାଇଁ ତ ମତେ ଲାଗେ 

ମୁଁ ତୁମ ଜୀବନ ବଞ୍ଚୁଛି 

ଆଉ ତୁମେ ମୋର l 




Rate this content
Log in

Similar oriya poem from Romance