STORYMIRROR

DINESH AGRAWALLA

Others

3  

DINESH AGRAWALLA

Others

ଦେ ଜବାବ ଦେ

ଦେ ଜବାବ ଦେ

1 min
255

  


ହେ ମୋର ମାତୃଭୂମି ଭାରତମାଆ 

ଦେ ଜବାବ ଦେ 

ତୋ ବକ୍ଷରେ ବହିଯାଉଛି 

ଅୟୁତ ପବିତ୍ର ଚିରସ୍ରୋତା 

ଯୁଗ ଯୁଗ କାଳ କାଳଧରି 

ସେ ତ କେବେ ବିଲୁପ୍ତ ହୋଇନାହିଁ 

କିନ୍ତୁ କାହିଁକି ବିଲୁପ୍ତ ହୋଇଯାଉଛି

ସେ ନିଃସହାୟ ନାରୀର ଲୁହ ଆଉ ଲହୁ l

ବାରମ୍ବାର ଧର୍ଷିତ ହେବା ପରେ 

ପୁଣି ଫିଙ୍ଗାଯାଏ ତୋ ବକ୍ଷକୁ 

ତୋ ବକ୍ଷରେ ସେ ନାରୀର ଲୁହ ଆଉ ଲହୁ କଣ ଚିରସ୍ରୋତା ନୁହେଁ? 

ପବିତ୍ର ନୁହେଁ? 

କାହିଁକି ହଜିଯାଉଛି ତାର ଅସ୍ତିତ୍ୱ ଓ ପରିଚୟ 

ଏ ସଂସାରରୁ? କାହିଁକି... 

କାହିଁକି ଖବର କାଗଜରେ ପୃଷ୍ଠାମଣ୍ଡନ କରୁଛି ଏ ନାରକୀୟ ଯାତନା 

ଦେ ଜବାବ ଦେ 

ହେ ମୋର ମାତୃଭୂମି ଭାରତ ମାଆ



Rate this content
Log in