ସାୟାହ୍ନ
ସାୟାହ୍ନ
1 min
673
ନିଃସଙ୍ଗ ନିଃସଙ୍ଗତାରେ ବିତିଗଲା
ସମୟର ଦ୍ୱାହିରେ ପ୍ରତ୍ୟେକ ମୁହୂର୍ତ୍ତ
ଜୀବନର ସାୟାହ୍ନରେ--
ହଠାତ !ଦେଖା ହେଲା ତୋ ସଙ୍ଗେ ।
ଆଣିଥିଲୁ ମଳୟକୁ ବୋହି
ତୋ ତାତିଲା ନିଶ୍ୱାସେ ।
ହସି ହସି ସ୍ୱାଗତ କରିଲି
ଭେଟି ଦେଲୁ ସେସବୁକୁ ମୋତେ।
ସାୟାହ୍ନ ହେଲେ ବି
ଷୋଳଟି ଫଗୁଣରେ
ରୂପବତୀ ସାଜିଥିଲି ମୁହିଁ।
ଅଧରେ ମୋ ଫୁଟି ଉଠିଥିଲା
ଜବା କୁସୁମର କମ୍ପନ,,
ତାକୁ ରୋକିବାକୁ ଯାଇ
ଅଙ୍କିଦେଇଥିଲୁ ତୁ ଗୋଟେ ଚୁମ୍ବନ।
ବୁଝିଥିଲି ସେତେବେଳେ
ଜୀବନ ଟା ନୁହେଁ ପ୍ରାତଃ
ମଧ୍ୟାହ୍ନ କି ସାୟାହ୍ନ-
ଜୀବନ ଟା କେବଳ ଜୀବନ।।
💐💐💐💐💐💐💐💐💐
ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)
ଜଗତସିଂହପୁର ଲେଖିକା
ପରିଷଦର ସଭାପତି
7873041750
8917207835
------------------------
