Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijayalaxmi Acharya

Others

2  

Bijayalaxmi Acharya

Others

--ପ୍ରଶ୍ନବାଚୀ--

--ପ୍ରଶ୍ନବାଚୀ--

1 min
147


ତୁମ ସ୍ମୃତି ମନେପଡେ,

ଆଜି ଏ ନିଶବ୍ଦ ମୁହୂର୍ତ୍ତରେ,

ବିଦଗ୍ଧ ମନେ ମୋର,

ସ୍ୱପ୍ନର ଜୁଆର l


ଆଦ୍ର କରି ଚାଲିଯାଏ,

ମୋର ଏ ପାର୍ଥିବ ଶରୀର,

ସତେ ଯେପରି ମୁଁ ଏକ,

ମୁକ୍ତା ରହିତ ସାମୁକାଟିଏ !!


ହଠାତ ବିଜୁଳି ଆଘାତର ସ୍ପର୍ଶରେ,

ଯେପରି ଫେରି ଆସେ ବର୍ତ୍ତମାନ କୁ,

ଅତିତ ମୋ ସମୁଦ୍ର ଢେଉରେ,

ଚିକମିକ କରି ଉଠନ୍ତି ।


ନୀଳ ଉର୍ମି ମାଳାର ଉର୍ମି ଭିତରେ,

ଭାସି ଭାସି ଆକାଶର ଦିଗନ୍ତ ଭିତରେ,

ମିଶିଯାନ୍ତି,,

ଅବାକ ହୋଇ ମୋ ଜୀବନର,

ଉତ୍ତର ମୁଁ ଖୋଜେ

ଗୋଟେ ପ୍ରଶ୍ନବାଚୀ ହୋଇ।।


ବିଜୟଲଷ୍ମୀ ଆଚାର୍ଯ୍ୟ (ବିଜୁ)

ଜଗତସିଂହପୁର ଲେଖିକା

ସଂସଦ ର ସଭାପତି

ଫୋନ-7873041750

8917207835



Rate this content
Log in