ନୂଆ ନୂଆ ଦିନା କେତେ ଭରି ଆଦର
ନୂଆରୁ ପୁରୁଣା ହେଲେ ତୁଠ ପଥର
ନୂଆ ବୋହୁ ଆସିଗଲେ ଘର ସୁନ୍ଦର
ଚାଲି ବୋଲି ପୁରୁଣା ହେଲେ ଜହର
ନୂଆଭାଉଜ ଲାଗନ୍ତି ନୂଆ ବେଭାର
ପୁରୁଣା ହେଲେ ଚାଲି ଦୁମୁକା ତାଙ୍କର
ନୂଆ ପୁଅ ଖେଳେ ଦୋଳି ଉପର
ଦିନ ଯାଏ ବିତି ପିଲାଟା ଦୁଷ୍ଟ ଏଥର
ନୂଆ କନିଆଁ ପାଦରେ ଅଳତା ଧାର
ଧାର ବଦଳେ ଯେବେ ଆଖିରେ ଝର
ନୂଆ ରୂପ ଜଗନ୍ନାଥଙ୍କର ଭାରି ହୁନ୍ଦର
ଯେତେ ହୁଅନ୍ତି ପୁରୁଣା ଲାଗନ୍ତି ନିଜର
ପୁରୁଣା ଜୋତା ଛତା ଶିରୀ ତୁଟି ପର
ଚକାଆଖି ନୂଆ ଲାଗନ୍ତି ଭକ୍ତି ବେଭାର
ଯେତେ ପୁରୁଣା ଲାଗନ୍ତି ଭାବର ଠାକୁର
ନେତ ଉଡ଼ୁଥାଏ ଫର ଫର ଶ୍ରୀମନ୍ଦିର
ପତିତପାବନ ବାନା କେଡେ ନିଜର
ପୁରୁଣା ସବୁ ନୂଆ ସଦା କାଳିଆ ଠାକୁର