ଶିଶିରର ପ୍ରତିଟି ମୁକ୍ତା ବିନ୍ଦୁ
ଭିତରେ ସ୍ବପ୍ନ ଇନ୍ଦୁ
ଜଗା ସଙ୍ଗେ ମନ ଛନ୍ଦୁ ଛନ୍ଦୁ
ପକ୍ଷୀ ଘର ବାନ୍ଧୁ ବାନ୍ଧୁ
ନୂଆ ବର୍ଷ ଆସିଛି ନେଇ
ଭାବ ସିନ୍ଧୁ ରେ ଭକ୍ତି ଇନ୍ଦୁ
ନୀଳାଦ୍ରି ମହୋଦଧି ଜଗନ୍ନାଥ
ପାଣି କାଚକେନ୍ଦୁ
ଏତେ ସ୍ନେହ ପ୍ରେମ ପ୍ରୀତି ମୈତ୍ରୀ
ମଣିଷପଣିଆ ଆଜି ବି ଜଳବିନ୍ଦୁ
ସାଗରର ଉର୍ମି ଆଉ ସୋରିଷ ଫୁଲର
ମନଭରା ବାସ ଫାନ୍ଦୁ
କେତେ ଦିନକୁ ଆସି କେତେ
ଭାଇଚାରା ବାନ୍ଧୁ ବାନ୍ଧୁ
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କୋଣ
ସାରସ୍ୱତ ଜୀବନରେ ବନ୍ଧୁ
ସେଇ ଚକାଆଖି କାଳିଆ ସାଆନ୍ତ
ଡାକିବାକୁ ମନ ମୁନ ଚୈତନେ
ନୂଆବର୍ଷ ଟୋପି ଟୋପି ଅମୃତ ବିନ୍ଦୁ
ହେଇଯାଉ ପୁଣ୍ୟତୋୟା ସିନ୍ଧୁ
ଜଡ଼ ମୂଢ଼ ଡେଇଁଯିବେ ସାତସିନ୍ଧୁ
ସତେ ସ୍ନେହ ପ୍ରେମ ପ୍ରୀତି ମୈତ୍ରୀ
ଭାବ ଭକ୍ତି ମକରନ୍ଦୁ ହେ କଳାବନ୍ଧୁ