ଅନ୍ଧାର ଚାଦର ତଳେ
ଅନେକ ସ୍ବପ୍ନ ଛାଡ଼ି
ଚାଲିଗଲେ ପୁରୁଣା କେତେ
ଧରି ପୁଟୁଳି ଫୁଲ ଝୁଡି ଝାଡ଼ି
କିଛି ଆଛିଣ୍ଡା ଗଣିତ ସାହିତ୍ୟ
କିଛି ରଫ ଖାତାର ଧାଡି
ରହିଛି ଏଠି ସେଠି ପଡି
ଅଭେଦ ଓ ଅସମାହିତ କିଛି
ନୂଆ କିଏ ନେବ ଭିଡି
ଆଶା ଅନେକ ସ୍ବପ୍ନ ମଧ୍ୟ
ପାଞ୍ଚକୋଶ ବାଡ଼ି ଫେଡ଼ି
ସଂଶୟ ସହିତ ଆନ୍ଦୋଳିତ ଶୀତ
କାହାକୁ ପାରିବ ଫୋପାଡି
ରଦ୍ଦି ବି ବେଳେ ବେଳେ ସିଦ୍ଧି
ଦିଏ ଶିଡ଼ି ଚଢି ଖଣ୍ଡିଉଡ଼ା ଉଡି
ଆକାଶରୁ ତାରା ତୋଳି ନହେଲେ
ଖୋଲିବା ନୂଆ ପେଡି
ଗଛ ଚଢି ପକ୍ଷୀ ଉଡି ନୀଡ଼ ଗଢି
ଧରି ରଖିବାକୁ ସଦ୍ଭାବନା ଛଡ଼ି
ଏଇ ଦେଖ ନବବର୍ଷ ଆସେ
ଦୀପ ରୂଖା ଆଲୋକ ରେ
କେବଳ ପ୍ରୀତି ମୈତ୍ରୀ ଗୁନ୍ଥି
ଫୁଲ କଢି ଫୁଟି ପଡେ ଝଡି
ରାଗ ଇର୍ଷା ଦ୍ୱେଷ ସନ୍ତ୍ରାସ ଛାଡ଼ି
ଆସ ନାଚି ଗାଇ ଯିବା ସବୁ ପିଢ଼ି