STORYMIRROR

Sunanda Mohanty

Tragedy Thriller Others

4  

Sunanda Mohanty

Tragedy Thriller Others

ଉପର ବରଡ଼ା ହସୁଛି

ଉପର ବରଡ଼ା ହସୁଛି

3 mins
1


ତାଙ୍କର ମାନେ କଲ୍ୟାଣୀଙ୍କର ଯେତେବେଳେ ଏ ଘରେ ପ୍ରତିପତ୍ତି ଥିଲା ସେତେବେଳେ ତାଙ୍କ ଘରେ କାମ କରୁଥିବା ରମା କଥା ଆଜି ଖୁବ ମନେପଡୁଥିଲା କଲ୍ୟାଣୀଙ୍କର. ରମା ତାଙ୍କ ଘରେ କାମ କଲାବେଳେ ତାକୁ ମାସିକ ଦରମା ବାଦେ ଶାଢ଼ୀ କି ଚାଦର ଖଣ୍ଡେ ଦେଲେ ନାହିଁ କରିବ ଓ କହିବ ମାଆ ଦେବ ଯଦି ମୋ ବୋହୁ ପାଇଁ ଦିଅ ଶାଢ଼ୀ ଟେ ଯହିଁରେ ଥିବ ନାଲି ଧଡି. ପୁଣି ନିଜେ ଶୀତରେ ଥରି ଥରି ଆସିବ ପଛେ କହିବ ଧଳା ଚାଦର କଣ ହେବ ମାଆ ପାରୁଛ ଯଦି ମୋ ପୁଅ ପାଇଁ ରଙ୍ଗୀନ ସୋଏଟର ଟିଏ ଦିଅ. ପୁଣି କେବେ କହିବ ମାଆ ତୁମ ଘରେ ତ ଦୁଇ ଦୁଇଟି ପ୍ରେସର ଗୋଟିଏ ଦିଅନ୍ତ ଯଦି ମୋ ନାତି ପାଇଁ ଖେଚେଡ଼ି ଗଣ୍ଡେ କଲେ ସେ ଖାଇ ସ୍କୁଲ ଯାଆନ୍ତା. କଲ୍ୟାଣୀ ମଧ୍ୟ ଦେଇଥିଲେ ଛୋଟ ପ୍ରେସର କୁକର ଟି. ପୁଣି କେବେ କହିବ ମାଆ ତୁମ ଘରେ ଦୁଇ ଦୁଇଟା ଥର୍ମୋଫ୍ଲାସ ଅଛି.ପୁରୁଣା ଗୋଟିକୁ ଦିଅନ୍ତ ନାହିଁ! ମୋ ନାତୁଣୀ ପାଇଁ ଗରମ ପାଣି ମୁନ୍ଦେ ରଖନ୍ତି. ଥର୍ମୋଫ୍ଲାସ ନୂଆ ହେଉ ଅବା ପୁରୁଣା ସେକଥା ବୁଝିନଥିବା ରମା କୁ ଏଇଥିପାଇଁ ଦେଇ ବସିଥିଲେ କଲ୍ୟାଣୀ କାରଣ ତାର ପରିବାର ପ୍ରତି କି ପ୍ରଗାଢ଼ ସ୍ନେହ, ମମତା ପୂର୍ଣ୍ଣ ଭାବନା. ଏମିତି ଏମିତି ଦିନ କଟି ଯାଉଥିବା ବେଳେ ସ୍ୱାମୀ ତାର ଚାଲିଗଲା ଆଉ ଗୋଟିଏ ବୋଲି ଝିଅ ଆତ୍ମହତ୍ୟା କଲା. ଖାଲି ସେତିକି ନୁଁହଁ ତା ଭାଗ୍ୟ ଆକାଶରେ କଳାବାଦଲ ଘୋଟି ଆସିଲା ଯେମିତି. ବିଧବା ହେଲା ପରେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତା କୁ ପୁଅ ବୋହୁ ନେଲେ. ଆସ୍ତେ ଆସ୍ତେ ବଳ କମିବା ପରେ ରମା ଆଉ ଆସୁନଥିଲା କାମକୁ ସତ କିନ୍ତୁ ତା ଦୁଃଖ ଥିଲା ଅପ୍ରମିତ. ଭାବେ ପୁଅ ବୋହୁ ଙ୍କ ପାଇଁ ଏତେ କଲେ ମଧ୍ୟ ଏବେ ସେମାନେ ତାକୁ ଘୃଣା କରୁଛନ୍ତି. ଝିଅଟିକୁ ଅଜାତି ପୁଅଟି ସହିତ ବାହା ଦେବାକୁ ମନା କରିବାରୁ ସେ ବେକରେ ରଶି ଲଗାଇଦେଲା. ଆଜି ଥିଲେ କେତେ ସହାୟତା ଦେଉଥାଆନ୍ତା ବୋଲି ଅନେକ ଥର କଲ୍ୟାଣୀଙ୍କୁ କହିଛି ରମା. କଲ୍ୟାଣୀ କହନ୍ତି ମଣିଷ ଗୋଟିଏ ଜାତି ଲୋ ରମା. ଛୋଟ ବଡ଼ କି ଉଚ୍ଚ ନୀଚ୍ଚ ଏଇ ଆମ ମଣିଷ ର ସୃଷ୍ଟି. ଭଗବାନ କେବଳ ଦୁଇଟି ଜାତି ସୃଷ୍ଟି କରିଛନ୍ତି. ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀ. ରମା ଆଖିରୁ ଲୁହ ପୋଛିଲା ବେଳେ ଆଜି କଲ୍ୟାଣୀ ଭାଇରାଲ ହୋଇଥିବା ସି ସି ଟିଭି ରୁ ଦୂରଦର୍ଶନ ଚ୍ୟାନେଲ ରୁ ଚ୍ୟାନେଲ ଘୁରିବୁଲୁଥିବା ଚିତ୍ର ସହ ଚରିତ୍ରଟିରେ ରମା କୁ ଦେଖି ବି କିଛି କରିପାରୁନଥିଲେ. ଚିତ୍ର ଟି ଥିଲା ମରିନଥିବା ବୁଢୀଟି ମଶାଣିରୁ ଉଦ୍ଧାର ହେବା ପରେ ଚରିତ୍ରରେ ଥିବା ରମା କୁ ତାର ପୁଅ ବୋହୁ ଏବେ ମାଆ ବୋଲି ଅସ୍ବୀକାର କରିବା. ଏସବୁ ଦେଖି ଶୁଣି ହତବାକ କଲ୍ୟାଣୀଙ୍କର କିଛି କରିପାରିବାର କ୍ଷମତା ନଥିଲା କାରଣ ତାଙ୍କ ପେନସନ ରେ ଘରର ଇଲେକ୍ଟ୍ରି ବିଲ, ପାଣି ବିଲ, ଟିଭି ର ଖର୍ଚ୍ଚ, ବନ୍ଧୁବାନ୍ଧବ ଗୁଆ ଦିଆ ରେ ଯାଏ. ବାକି ବଳି ପଡ଼ିଥିବା କିଛି ପଇସାରେ ଔଷଧ ଖରଚ ସହ ଲାଞ୍ଚ ନଦେଲେ ପୁଅତ ପୁଅ ନାତି ବି ଆଣିବାକୁ ନଦେଇ ସଫେଇ ଦେଉଥାଏ ତୁତ ଅନବରତ ଟିଭି ଦେଖୁଛୁ, ସମାଜ ପଢ଼ୁଛୁ, ତୋ ଧଳା ଶାଢ଼ୀ ସଫା କରିବାରେ, ଇସ୍ତ୍ରୀ ହେବା ରେ ପୁଣି ଧଳା ଚାଦର ସଫା ହେବା ରେ ଇଲେକ୍ଟ୍ରି ବିଲ ଅଧିକା ଆସୁଛି ପୁଣି ଯେତେକ ବନ୍ଧୁ ବାନ୍ଧବ ସବୁ ତୋରି ପଟର ତ କିଏ ଆଉ ଦେବ ଏସବୁ ଟଙ୍କା! ତୁ ଫଳ, ହରଲିକ୍ସ ଔଷଧ ଖାଇବୁ.ମୁଁ ଖାଲି ମୋ ମୋବାଇଲ ଚାର୍ଜ କରିବାକୁ କେଇଟା ଟଙ୍କା ଯାହା ଅଧିକା ନେଉଛି ଯେ ଲାଞ୍ଚ ନେଉଛୁ ଆମେ କହୁଛୁ! ତୁ ଜେଜେମାଆ ହୋଇ ଏମିତି କହିପାରୁଛୁ! ତ କଲ୍ୟାଣୀ ହାତବାନ୍ଧି ଆରମାସ କୁ ଅନେଇ ଥାଆନ୍ତି. କ୍ୟାଲେଣ୍ଡର ଦେଖି ଆଙ୍ଗୁଠିରେ ଦିନ ଗଣୁଥିବା ବେଳେ ଆଜିର ଖବର ସମସ୍ତଙ୍କ ପାଇଁ ରୋଚକ ପୂର୍ଣ୍ଣ ଥିଲା ବେଳେ ମାଆ ଯିବୁକି ଦେଖି ରମା ମାଉସୀ କୁ ବୋଲି ପୁଅ ପଚାରୁ ଥିଲା ତ ଅଟୋ ଭଡ଼ା ଦେବାକୁ ବି ପଇସା ନାହିଁ କହିବାରୁ ବୋହୁ କଥାରେ ସବୁ କଥା ପରି ନଥା ଲଗେଇ ନାତି କହୁଥିଲା ତେବେ ମୋଠୁ ଧାର ନେ. ପେନସନ ପାଇଲେ ଶୁଝି ଦେବୁ. 
     ରମାର ଅବସ୍ଥା ଓ କଲ୍ୟାଣୀ ଙ୍କ ନିଜ ଅବସ୍ଥା ତଉଲ କରୁ କରୁ କଲ୍ୟାଣୀ ଶୁଣୁଥିଲେ ଟିଭି ରୁ ଖବର ପ୍ରଶାରିତ ହେଉଥିଲା ଯେ ମଶାଣୀ ରୁ ଉଦ୍ଧାର ହେଇଥିବା ବୁଢ଼ୀ ଚାଲିଗଲା. ତାର କେହି ନଥିବାରୁ ଦିନେ ତା ଝିଅକୁ ଭଲ ପାଉଥିବା ଅଜାତି ପୁଅ ଆଜି ତା ନିଜ ପ୍ରେମର ସ୍ମାରକୀ ରୂପେ ବୁଢ଼ୀର ଚିତାଗ୍ନି, ମୁଖାଗ୍ନି ସହ ଶୁଦ୍ଧି ଘର ଦାଇତ୍ୱ ନେଇଛି ହାତକୁ. ହସ୍ପିଟାଲ ରେ ନର୍ସ ଚାକିରୀ କରୁଥିବା ଜଣେ ଅନାଥ ଆଶ୍ରମ ର ଝିଅ ପୁଅର ଏସବୁ କାମରେ ମୁଗ୍ଧ ହୋଇ ମନ୍ଦିର ରେ ପୁଅଟିକୁ ବିବାହ କରିବା ସହ ରମାର ଝିଅ ରୂପେ ପରିଚୟ ଦେଇ ରମାର ମୃତ୍ୟୁ କ୍ରିୟାକର୍ମ କରିବାକୁ ଅଣ୍ଟା ଭିଡ଼ିଛି. କଲ୍ୟାଣୀଙ୍କ ପାଟିରୁ ବାହାରି ଆସିଲା ଯାହା ପାଇଁ କେହି ନାହିଁ ତା ପାଇଁ ଭଗବାନ ଅଛନ୍ତି. ଏହା ପରେ କଲ୍ୟାଣୀଙ୍କ ସେବା ଶୁଶୃଷା ପାଇଁ ଜଣେ ନର୍ସ ନିଯୁକ୍ତି କରିଥିଲେ ପରିବାର ଲୋକ. କଲ୍ୟାଣୀ ଭାବୁଥିଲେ ରମା ପାଇଁ କିଛି ପୁଣ୍ୟ ତାଙ୍କୁ ମିଳିବାର ଥିଲା.


এই বিষয়বস্তু রেট
প্রবেশ করুন

Similar oriya poem from Tragedy