ଫଗୁଣ ଅବିଗୁଣ ଫେରେ କାଢି ଖୁଣ
ନିଆଁଖୁଣ୍ଟା ଖୁଣ୍ଟି କରେ ଗଣ୍ଠି
ଖରା ପରେ ବର୍ଷା ତା ପରେ ଶୀତବସନ୍ତ
କ୍ଷତାକ୍ତ ଏ ମନ ହୃଦୟ ଝୁଣ୍ଟି
ଆସନ୍ତି ସାନ୍ତା ଦିଅନ୍ତି ବାର୍ତ୍ତା ନଥାଏ ପତ୍ତା
ଆଶୀର୍ବାଦ ଦେଇ ଜୀବନେ ଫେଣ୍ଟି
ନୂଆବର୍ଷ ଆସେ ପୁରୁଣା ହୋଇ ରୁଷେ
ପକ୍ଷୀ ନିର୍ଦୋନ୍ଦେ ଖାଏ ଖୁଣ୍ଟି
ପକ୍ଷୀ ହେବା ପାଇଁ ଏ ଜୀବନ ନିଅଣ୍ଟ
ନେବି ଆଉଥରେ ଜନ୍ମ ବାଣ୍ଟି
ଗଛର ନେଳି ପତ୍ର ହଳଦିଆ ହେବ ସତ
ସମୟ ଯାଉଛି କେଣେ ଦେଖି କୋଷ୍ଠି
ଆଖି ରୁ ଆଲୁଅ କାନରୁ ପରଳ ଚାଲିରେ
ରହୁଛି ଖାଲି ଛଣା କାଣ୍ଟି
କଥାରେ କୁହୁକ ମାନରେ ମହକ ଆଖିର ପଲକ
ଯେତେ ଦେଲେ ମାଠିମୁଠି
ଋତୁ ଆସେ ଯାଏ ଦୁଃଖ ସୁଖ ପରି
ଶୀତଶିଶିର ବିନ୍ଦୁ ଲୋଟି ଛାଟି
କିଏ କେତେବେଳେ ଆସୁଛି ଯାଉଛି
ଜାଣିବାକୁ ଦେଖ କାନ୍ଥ ଝୋଟି
ଫିକା ହେଲା କେବେ ଫିଟିଲା କି ଗଣ୍ଠି
କାଲି ଯାହା ଥିଲା ମୁଠେ ମାଟି
ଶ୍ରମ ଓ ନର୍ମ ପୁଣି ମିଶି ଧର୍ମ ଓ ଆରବ୍ଧ
ବୋଧେ ଆସେ ଯାଏ ଦେଖାଇ ପିଠି
ତୁଚ୍ଛାକୁ ଏତେ ଗୋଡ଼େ ନାଇ ମୁଦି
କାଚାଡ଼ୁ କେତେ ନିଜ ଗୋଇଠି