STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଶୀତ ଗୀତ 

ଶୀତ ଗୀତ 

1 min
0


ଶୀତ ବି ଆଜିକାଲି ମେଘ ପରି ହେଉଛି 
ଲୁଚାଳାଳି ଖେଳି ପୁଣି ମାଡି ଆସୁଛି 
ଯେମିତି ଲାଜବତୀ ଅଳସୀ ଅତି 
ଖୋଜି ଖୋଜି ପୀରତି 
ଜହ୍ନ ଦେହରୁ ଉଷୁମ ମାଗି ଆଣୁଛି 
ବଡ଼ ଅଜବ ଏ ଶୀତ ଲାଗୁଛି 
ମେଘ ପରି ଛାଇ ଯାଇଛି 
ଖରା କୁ ସେ ଭାରି ଡ଼ରିଛି 
ନିଆଁ ଦେଖିଲେ ଅମାନିଆଁ ହୋଇ ଖସୁଛି 
ରାତିରେ ଚାଦର ତଳେ 
ଜହ୍ନ ଦେଖିଲେ ବଉଦ କୋଳେ 
ନିଦ ରେଜେଇ ଖୋଜୁଛି 
ଶୀତ ଅଲାଜୁକ ଜଡ଼ କରିଦେଉଛି 
କେବେ ପବନ ହୋଇ 
କେବେ ବି ଗୀତ ଗାଇ ଗାଇ 
ମୁଁହଁ ଲୁଚେଇଦେଉଛି 
ଶୀତ ଏଡିକି ମିଛେଇ ରାତିରେ ଜହ୍ନ 
ଦିନରେ ମନ ମୁନ ଚୈତନ୍ୟ 
ଗ୍ରାସୀ ମାସି ଦେଖି ଯାଇ ସେଲ୍ଫି ନେଉଛି 
ଶୀତ ସମଝଦାର ହୋଇ ଫଳ ମୂଳ ଫୁଲ 
ଭେଟି ଦେଉଛି
କୃଷକ ସୈନିକ ଦୁଇ ଭାଇ 
ଖରା ବର୍ଷା ପରି ଶୀତକୁ ନଡରି 
କର୍ମ ଯାଉଛି କରି ଦେଖି ଶୀତ ଭାବୁଛି 
ଏ ଦୁହିଁଙ୍କୁ ପାରିହେବ ନାହିଁ 
ଜଣେ ମାଗୁଣି ଶଗଡି ଗୀତ ଗାଉଛି 
ଆଉ ଜଣେ ବନ୍ଦେ ଉତ୍କଳ ଜନନୀ ସହ 
ଭାରତ ମାତା କି ଜୟ କହିଚାଲିଛି 
ଶୀତ ଶୁଣି ଗୀତ ବସି ମିତ ଦୁହିଁଙ୍କ ପିଠି ଆଉଁସୁଛି


Rate this content
Log in

Similar oriya poem from Action