STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଜୀବନ ଯମୁନା 

ଜୀବନ ଯମୁନା 

1 min
2

ଜୀବନ ଯମୁନା 
,,,,,,,,,,,,,,,,,,,,,
ମୁଠାଏ ସପନ ନେଇ 
ଦୁଇହଜାର ପଚିଶ 
ବସିଛି ଋଷି 
ଆଉ କିଛି ଦିନ ପରେ 
ମାଟି ମୁଠେ ହୋଇ
ସାରିବ ଖୁସି 
ଏମିତି ପ୍ରତ୍ୟେକ ଡ଼ିସେମ୍ବର 
ଆସେ ହସି ହସି
ଦୁଃଖ ସୁଖ ଭିତରେ ଝଲସି 
ଚାଲିଯାଏ ଡିସେମ୍ବର 
ଜାନୁଆରି ଆସି ହେବ ଲେସି 
ଏମିତି ଅନେକ ଘଟଣା ଓ କର୍ମ ପ୍ରବାହ 
କହେ ଜୀବନ ଦୁଇଦିନ ତୋଷି 
ବର୍ଷକ ବାରମାସେ ବାରମାସୀ
ଦେଉଥାଅ ହସ ପରଷି 
ଅଢେଇ ଦିନର ବଡେଇ ନକରି 
ପିଠି ପେଟ ଆଉଁସି 
ପେଟ କଥା ବୁଝି କାନ୍ଥରେ ପିଠିକୁ ଘଷି
ପ୍ରତିଦିନ ଉଷାରେ ଉଷସୀ 
ଦେଖିଯା ଚାଲିଛି ନାଟକ
ତୁ ମୁଁ ସେ ଯାଇଛେ ଫସି
ବାଟ ଆପଣେଇ ନଝୁଣ୍ଟି ପଥିକ
ଚାଲୁଥା ନପାଇ ଫାଶୀ
ନାଟକ ଶେଷରେ ଜଳ ସ୍ଥଳ କୂଳ
ଆକାଶ ସାଥିରେ ମିଶି
ଦୁଇଟୋପା ବର୍ଷି 
ଯିଏ ଯାହା ବାଟେ ଯିବେ ଟି ଖସି
,,,,,,,,,,,,,,,,,,,,,


Rate this content
Log in

Similar oriya poem from Abstract