ଶେଷକୁ ହରି ଭରସା
ନହେଲେ ଉଡ଼ିବ ହଂସା
କେ ଦେବ ପକାଳ କଂସା
ସାର ଖାଲି ଲୋକହସା
ଡର ନାହିଁ ଭୟ ନାହିଁ
ବେଳହୁଁ ସାବାଧାନ ହୋଇ
ଦୀନ ଜନ କରି କ୍ଷମା
କରମ ବାମ ନକର ରମା ଉମା
ଷଡରିପୁ ଛାଡ଼ି ଲୋଭ କାମ୍ୟ
କ୍ରୋଧ ରାଗ ଇର୍ଷା ଦୂର ଯୋଗଜନ୍ମା
ଫେଡ଼ି ଦୁଇନୟନ ଦେଖ ଚକାନୟନ
ନାହିଁ ଆଉ ଆନ
ହରିଙ୍କୁ କରି ଦର୍ଶନ ଭଜନ
ନିଜ କଲା କୃତ କର୍ମ
ପରାଭାବ ପାଇ ଅଧର୍ମ
ଏତେବେଳେ ଐଶ୍ବର୍ଗୀକ ଭାବ
ଭକ୍ତି ବଳେ ଗତିମୁକ୍ତି
ଦେବେ ସେହି ଅଗତିର ଗତି
ଲଭି ମୁକ୍ତି ପାଇ ଶାନ୍ତି
ଗାଇବୁ ଜଣାଣ ନୀତି
କର୍ମ ତୋର ନିଜ ଗୁରୁ
ଉଦ୍ଧବ କେତେ ପଚାରୁ
ପେଟ ପୋଷ ନାହିଁ ଦୋଷ
ତଥାପି କର୍ମେ ରଖି ହରି ସ୍ପର୍ଶ
କରୁଥିଲେ ସତକର୍ମ ହେବୁ ଧନ୍ୟ
ବାଇମନ ଦେଖି ବୃନ୍ଦାବନ