ଶୀତ ସଙ୍ଗେ ମିତ ବସୁ ବସୁ
ଫେରାର ହେବାକୁ ବସିଛି ବର୍ଷ
ନୂଆ କଥା ନୁଁହଁ ଇଏ ଯିବ ଆସିବ
ସପ୍ତାହ ଦିନ ବର୍ଷ ମାସ
ସ୍ମୃତି କିଛି ରହିଯିବ ଆଙ୍କିଦେଲେ
ଛବି ହେବ ବାଲି ଅବା ଘାସ
ଆଖି ବୁଜିଦେଇ କିଏ ବା ଦେଖିଛି
ସ୍ମୃତିର ଲୁହ କାନ୍ଦ ଅବା ହସ
ଚୁନା ଚୁନା ଚେତନାରେ ଉଇଁ ଆସେ
ସ୍ମୃତି ଦୁଃଖ ସୁଖ ପୁଣି ହସ
ସବୁ ରାତିର ଅନ୍ଧାର ଦୂରେଇ ନିରିଖେଇ
ସକାଳ ହୁଏ ଯେମିତି ପ୍ରକାଶ
ଆଜି କଥା କାଲି ଅତୀତ ପୁଣି ଭୂତ
ଭବିଷ୍ୟତର କେତେ ଅଛି ଉପହାସ
ଦିନର ସୂର୍ଯ୍ୟ ରାତିରେ ଚନ୍ଦ୍ର ଦେଖେ
ରୁପା ଜୋତା ଛତା ନାଇ ଉଆସ
ମଣିଷ କୋଉ ବର୍ଷ ଘର କରିବ ଚନ୍ଦ୍ରପୃଷ୍ଠେ
ପାଇ ଟିକେ ଆଶୀର୍ବାଦ ଅବକାଶ
ଏଠାରେ କାଳିଆ ଛପନ କୋଟି ଭୋଗରେ
ହସୁଥାନ୍ତି ପାଖୁଡେ ଚନ୍ଦ୍ରହାସ୍ୟ
ଋତୁ ପରେ ଋତୁ ଆସେ ଯାଏ ଆଗ ପଛ
ଢାଳି ଢାଳେ ପିୟୁଷ ଦିନ ମାସ ବର୍ଷ
ଆଜି କଥା କାଲି ନଥାଏ ସାଙ୍ଗ ସଜନୀ
ନୁଁହଁ ତ୍ରାସ କିନ୍ତୁ ଅବଶୋଷ
ଦି ଘଡି ଜୀବନେ ସୁଖ ଦୁଃଖ ମିଶି ହସି
ହାଇ ମାରେ କେତେ କଷ
ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା
ରଖିଛ ଦୀନନାଥ ଘାସର ସିନା ଆୟୁଷ
,,,,,,,,,,,,,,,