ଚାଳ ଉପରେ ପୋଇ ଲଟା ଡାଳ
ତଳେ କଅଁଳା ବାଛୁରୀ ଖେଳ
ଶୀତ ଟା କୋଉଠି ଲୁଚିଛି ଗାଁ ଦାଣ୍ଡେ
ଖୋଜ କେତେ ଖଟ ତଳ
ସୁନା ନୁଁହଁ ରୁପା ନୁଁହଁ ଫୁଲର ଫରୁଆ
ଗାଁ ଘର ଶୁଶୀତଳ
ଗେଣ୍ଡୁ ମଣ୍ଡା ମାଣିକି ଚାନ୍ଦି ଫୁଲରେ
ଖଟୁଲିରେ ମାଆଲଷ୍ମୀ ପୂଜାକାଳେ କୋଳ
ଗାଁ ଦାଣ୍ଡ ପରିମଳ
ଜାନି ଯାତ୍ରା ପର୍ବ ପର୍ବାଣୀ ରେ ଲୋକେ
ହେବେ ଘରେ ଘରେ ଠୁଳ
ଶୀତ ଡରି ଯିବ ଫେରି କରିବାକୁ
ପରିବେଶ ସମତଳ
ଶାଶୁ ବୋହୁ ଝିଅ ପାହାନ୍ତି ଉଠନ୍ତି
ଛାଡ଼ି ଉଷୁମ ସକଳ
ମାଆ ମାଉସୀଏ ଶିଖାଇଛନ୍ତି ଯାହା
ମାନିବାକୁ ବେଳ କାଳ ଗହଳ
କେତେ ପନିପରିବା ଶାଗ ମୂଳା କୋଶଳା
ମିଳଇ ଶୀତ ସକାଳ
ସୋଏଟର ମଫଲର ବାନ୍ଧି ଗଲାବେଳେ
ଡାକ ପ୍ରଭୁଙ୍କୁ ଚିରକାଳ ବେଳ ଭଜଳ
ଭବନ୍ତୁ ସର୍ବେ ସୁଖିନଃ ତତ୍କାଳ
କୁମି ଆଈ ବୁଢ଼ୀ ଭାଙ୍ଗେ ଖିଲି ପାନ
ଚଉଷଠି ପାନ ମସଲା ବାସେ କଳ
ନେତି ମାଉସୀ ସାଉଁଟି ରଖୁଛି ନଡ଼ିଆ
ବରଡ଼ା ବାହୁଙ୍ଗୀ ଜାଳ
କୁନି ଅପା ବୁଣେ ଚାଞ୍ଚ ଚଟେଇ ବିଞ୍ଚଣା
ମାଟି ମାଆ କୋଳେ କେତେ ମୂଳ
ନଡ଼ିଆ ଗଛରେ ପଇଡ଼ କଷି ତୋଳୁଛି
ହରିଆ ଭାଇର କାତି ଚଳ ଚଞ୍ଚଳ
ବୃନ୍ଦାବନ ଅଜା ଗାଁ ଦାଣ୍ଡେ ଚାଲି ଟ୍ରଲି ଠେଲି
କହନ୍ତି ମାଟି ମାଆ ଆମ ଡ଼ାଳ ମୂଳ ଫଳ
ଆମେ ଓଡ଼ିଆ ଆମ ମାଟି ମାଆ ଭାଷା ବଢିଆ
ପରିଚୟ ଆମ ଆମେ ଉତ୍କଳ
,,,,,,,,,,,,,,,,,,,,