ଜାଡ ର ଝଡ଼ରେ ନହୋଇ ଜଡ଼
ସମୁଦ୍ରରେ ଦେବା ବାଡ଼
ଭାଙ୍ଗିଲାଣି କା'ର କେତେ ହାଡ଼
କବିତା ଲେଖିବା ଶବଦ ମାଡ଼
ଝାଡ଼ି ଦେଇ ଡେଣା
ପକ୍ଷୀ ଉଡ଼େ ଫଡ଼ଫଡ଼
ଶୀତ କହେ ମତେ ବାନ୍ଧି ରଖି ଉଡ଼
ଦେଖାଅନା ନିଆଁରଡ଼
ଦେଖିଛି ମୁଁ କେତେ
ଜାଳି ଜଳି ପାଉଁଶ ହୁଏ ମେଢ଼ କୁଢ଼
ଶୀତ କହେ ମିତ ବୋଲି ଗୀତ
କୁଅଭ୍ୟାସ ସବୁକୁ ଛାଡ଼
ଶୀତ ବୋଲି ଗୀତ ହସି ବସି ମିତ
କହେ ଜାଳିଲେ କି ହେବ
ପାରୁଛ ତ କିଛି ଗଢ଼
ହେଉ ପଛେ ପକ୍ଷୀଙ୍କ କୋରଡ଼
ଯେମିତି ଖାତର ନକରି ଖରା
ବର୍ଷା କାକର ଶୀତର ଜାଡ଼
ପକ୍ଷୀ ଗଢୁଥାଏ କୁଟାକାଠି ନୀଡ଼
ଶୀତ ସଭିଙ୍କୁ କରୁଛି ଯଦିଓ ଜଡ଼
ଦେଖ ପକ୍ଷୀ ଝାଡେ ପକ୍ଷ ଫଡ଼ଫଡ଼
ଫୁଟେ ସିନା ଫୁଟି ଲୋଟିବାକୁ ଫୁଲକଢ଼
ମଣିଷ ସବୁଏ ଆଉ ଗୋଟେ
କୋଣାର୍କ ଗଢ଼ ପକ୍ଷୀଙ୍କ ଶୀତୁଆ ନୀଡ଼
ନର୍ତ୍ତକୀ ସଭିଏଁ ଜାଡ଼ରେ ନହୋଇ ଜଡ଼
ଉଠି ଦେଖ ପକ୍ଷୀ ଛୁଇଲେଣି ଗଡ଼
ଦେଖିବାକୁ ଜଗନ୍ନାଥ
ଚାଲ ନୟାଗଡ଼ ପୁରୀ ଫଟେଗଡ଼
ଶୀତ ର କୁହୁକ ପବନ ବାହାକ
କହେ ଲେଖ କବି କବୟିତ୍ରୀ ଶବ୍ଦ ଯୋଡ
କାଳଜୟୀ ହେବ ଜାତୀୟ ଗୀତି
ପିଢ଼ି ପରେ ପିଢ଼ି ପଢ଼ ବଢ
ଶୀତ ମିତ ଶଗଡ଼ ଗୀତ ତା ପିଛା ଛାଡ଼