ନୀଳାଚଳ ନିବାସାୟ ହେ ମଣିମା
ଶୁଣିମା ହେଉ ଗୁହାରୀ କର୍ଣ୍ଣ
ହେ ଚକାନୟନ ବିଶ୍ଵମୋହନ
ଜାଣେ ନାହିଁ ମୁଁ ଆହ୍ୱାନ
ହେ ବିଶ୍ୱନୟନ ଜଗମୋହନ
ଜାଣେ ନାହିଁ ତୁମ୍ଭ ଧ୍ୟାନ
ହେ ଅଣାକାର ଶ୍ରେଷ୍ଠ କଳାକାର
ଜାଣେ ନାହିଁ ତୁମ୍ଭ ପୂଜନ
ଅଗତିର ଗତି ହେ ଦାତା ଦିଅ ମୁକ୍ତି
ଅଜ୍ଞ ମୁହିଁ ଧନହୀନ
କରିଅଛି ପ୍ରଭୁ ପାପ ମୁଁ ଅଶେଷ
ନାହିଁ ମୋର ଦିବ୍ୟଜ୍ଞାନ
କୋଟି ସୃଷ୍ଟି ତଵ ପୂର୍ଣ୍ଣ ଏ ଧରାରେ
ମାତ୍ର ମୁଁ କରୁଣାହୀନ
ପ୍ରଭୁ ବିଶ୍ୱପତି ମତେ ତ୍ୟାଗ କରିବାଟି
ନହୁଅଇ ସମିଚୀନ
ହେ ଦୀନବାନ୍ଧବ ହେ ପରମପିତା
ଜାଣେ ନାହିଁ ମୁଁ ବନ୍ଦନ
ଦେଇ ନାହିଁ ଦାନ କରିନାହିଁ ପୁଣ୍ୟ
କ୍ଷମା କର ଅକିଞ୍ଚନ
ତଵ ଚରଣ କିଙ୍କର ସେବୁଛି ପୟର
ଖୋଲି ଦିଅ ଜ୍ଞାନ ଚକ୍ଷୁ ହେ ବିଶ୍ୱନୟନ
ତଵ ପାଡ଼ପଦ୍ମ ସେବା କରିନାହିଁ ମୁହିଁ
କରିନାହିଁ ଅନୁଷ୍ଠାନ
ଭକ୍ତି ଭରେ ଡାକେ ଦୁଃଖ ଅପ୍ରମିତ
ରଖ ବାରେ ଏ ସନ୍ତାନେ
ମାଗୁଛି ମୁକ୍ତି ହେ ଅଗତିର ଗତି
କ୍ଷମ ଅପରାଧ ମାନ