STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ତର୍ଜମା 

ତର୍ଜମା 

1 min
3


ପ୍ରତି ବର୍ଷକର ଅନୁଭୂତିରେ
 ଜୀବନ ସାରଣୀ କଥା 
ସୁଖ ଦୁଃଖ ଭରା କାହାଣୀ 
କେତେ ଯେ ବ୍ୟଥା 
କେତେବେଳେ କୋଉବାଟେ 
ସୁଖ ଆସି ହସ ହସି ନେନ୍ଥା 
କେତେବେଳେ କିଏ ଚାଲିଯାଏ 
ଦୁଃଖ ଦେଇ ପେନ୍ଥା ପେନ୍ଥା 
ପ୍ରତିଦିନ ଚାଲୁ ଚାଲୁ ରାସ୍ତାରେ 
କେତେ କଥାର ନଥା 
ପୁଣି ବର୍ଷ ପରେ ବର୍ଷ ବିତେ 
ଜୁଇ ଯାଏଁ ରାସ୍ତା 
ପିଠିରେ ବୋହି ଚାଲୁ ଚାଲୁ 
ସୁଖ ଦୁଃଖ ବସ୍ତା 
କେବେ ଶାଢ଼ୀ ଚୁଡ଼ି କୁର୍ତ୍ତା 
ସହ ମିଳେ ବି ହୀନସ୍ତା 
ଖାଇବା ନାଟ ଭିତରେ କର୍ତତ୍ପରତା
ପିନ୍ଧିବାକୁ ହୁଏ ପୁଣି କସ୍ତା 
ଅନେକ ଅନୁଭୂତିର ବ୍ୟବଚ୍ଛେଦ 
ଭିତରୁ ମିଳେ ଅନୁଚିନ୍ତା 
କାଲି ଆଜି ଓ ଆସନ୍ତାକାଲି 
ଭିତରେ ଅବ୍ୟବସ୍ଥା 
ପୁଣି ସାଲିସ ନାଲିସ ମାଲିସ ପଲିସ 
କରୁ କରୁ ଘାରେ ଚିନ୍ତା 
ଅଚିନ୍ତା ହେବାକୁ ଜଳେ ଜୁଇ 
ନିଆଁ ଧୂଆଁ ଥାଉ ନଥାଉ 
ଥାଏ କିନ୍ତୁ ଚିତା 
ଜଳୁଥାଏ ଚିହ୍ନା ବ୍ରାହ୍ମଣ ପଇତା 
ଗଲାପରେ ଶୋକଭରେ 
ଦେଇଥିବା ବାର୍ତ୍ତା 
ଦର୍ଘ୍ୟ ପ୍ରସ୍ଥ ପରିସୀମା କ୍ଷେତ୍ରଫଳ 
ବାକି ଖାଲି ଟୋପାଏ ଆସ୍ଥା


Rate this content
Log in

Similar oriya poem from Abstract