STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଶୀତରେ ଶୀତରେ ଆସିବ ନୂଆବର୍ଷ 

ଶୀତରେ ଶୀତରେ ଆସିବ ନୂଆବର୍ଷ 

1 min
1


ଧନୁ ସଂକ୍ରାନ୍ତିରେ ଧନୁମୁଆଁ ଖାଇ 
ଶୀତ ଆସିଛି ଗୀତ ଗାଇ ଗାଇ 
ଶୀତ ଏକ ପାହାନ୍ତି ପହର ଅଳସ 
ଶୀତ ଏକ ବନ ହରିଣୀ ର ତ୍ରାସ 
ତା ଆଖିରେ କମ୍ପନ ମନ ବୃନ୍ଦାବନ 
ଓଠରେ ଲାଜୁକୀ ହସ 
ବରମାସ ଭିତରୁ ଏଇ ଚାରିମାସ 
ଖିଆ ପିଆ ଶୁଆ ରେ ନାହିଁ ଭଗଶେଷ 
ଉଠିଲା ବେଳକୁ ସକାଳ ଶିଶିର ଭିଜା ହସ 
ହେଲାଣି ପଛେ ପୌଷମାସ 
ଶୀତର ଆବେଗ ଉଦବେଗ ପ୍ରକାଶ 
କୁହୁଡି ଭରା ଶୀତ ର ଆକାଶ 
ଲାଗୁଛି ଭାରି ବଦମାସ 
କିନ୍ତୁ ଡିସେମ୍ବର ପଚିଶ 
ଆଣି ଆସିଛି ଖ୍ରୀଷ୍ଟମାସ 
ସାନ୍ତାକ୍ଲଜ ବୁଲି ବୁଲି ଆଶୀର୍ବାଦ ଅଶେଷ 
ଉପହାର ପାଇ ପିଲେ ପଢିବସ 
ଆସିବ ଏଥର ନୂଆବର୍ଷ 
ଶୋଷ କାମନା ର ହେଉ ସର୍ବନାଶ 
ସବୁଆଡେ ସଭିଙ୍କର ସବୁରେ ହେଉ ଫାଷ୍ଟକ୍ଲାସ
ଶୀତରେ ଶୀତରେ ଆସିବ ନୂଆବର୍ଷ
ଟିକେ ହସ ଚିକିମିକି ତାରାଫୁଲେ ହସୁ ଆକାଶ


Rate this content
Log in

Similar oriya poem from Abstract