ଏତେ ସବୁ ରଙ୍ଗ ବେରଙ୍ଗ
ସୁନା ଫୁଲର ଝୁଡି
ଦେଖି ଲାଗୁଛି ପାରିଜାତ ବଣେ
ଯାଇଛି କି ସତେ ପଡି
ନୀଡ଼ ସିନା ଖାଲି ଅଛି ପଡି
ପକ୍ଷୀ ଯାଇନି ଉଡି
ଫୁଲସଭା ଏଠି ଅପୂର୍ବ ଲାଗୁଛି
ଶୀତ ଜାଡର ଝଡ଼ ଝଡି
ପାଖରୀର ମାଛ ରାଇଜ ଗଛ
ଖୋଲିଛି ଫୁଲପସରା ପେଡି
ଶୀତର ଖାଡି ଦେହକୁ ଝାଡ଼ି
ସବୁ ଫୁଲରେ ପୁରି ଚାଙ୍ଗୁଡ଼ି
କୋଉ ଫୁଲ କେତେ ସୁନ୍ଦର
ଗଭାର ଗଜରା ଛଡ଼ି
କହେ କାନେ ହଳଦି ନାଲି ଗେଣ୍ଡୁ
ଖାଡି ଉପରେ ପଡି ଚଢିବାକୁ ଶିଡ଼ି
ଲାଗେ ଆଜି ଆସିଛି ଧରାକୁ
ଫୁଲ ଝଡି ଭରି ଚାଙ୍ଗୁଡ଼ିଏ ଝୁଡି
ମନ ମୁନ ଚୈତନ୍ୟ ଯାଉ
ନୈସର୍ଗିକ ପ୍ରେମେ ବୁଡି
ସଭିଏଁ ବଢନ୍ତୁ ଫୁଟନ୍ତୁ ଲୋଟନ୍ତୁ
ଫୁଟେ ସିନା ଫୁଲ କଢି
ପରସ୍ପର ଫୁଲ ଏକତା ପ୍ରୀତି ମୈତ୍ରୀ
ସୂତ୍ରରେ ରହିଥାନ୍ତୁ ଭିଡି
ସତେ କି ଜଗନ୍ନାଥଙ୍କ ରଥ ଦଉଡି