STORYMIRROR

Debadatta Jena

Action Classics Inspirational

4  

Debadatta Jena

Action Classics Inspirational

ସୁବାହୁ ତାରକ ହରି

ସୁବାହୁ ତାରକ ହରି

1 min
275


ହେ ପୁରୁଷୋତ୍ତମ, ମର୍ଯ୍ୟାଦା ବନ୍ତ 

ତୁମେ ରାମ ତୁମେ ହରି, 

ଅଯୋଧ୍ୟା କୁମାର,କୌଶଲ୍ୟା ନନ୍ଦନ 

ଦଶରଥ ସୁତ ଦୈତାରୀ ।


ସତ୍ୟ ଯୁଗେ ହରି,ତୁମେ ହେ ମୁରାରୀ 

ତ୍ରେତୟାରେ ଦୁଷ୍ଟ ତାରୀ, 

ଦ୍ୱାପରରେ ଲୀଳା ପୁରଷ ଉତ୍ତମ 

କଳି ଯୁଗେ ବନ ମାଳି..!


ସତ୍ୟରେ ତପସ୍ୟା, ତ୍ରେତୟା ଯଜ୍ଞ, 

ପରିଚର୍ଯ୍ୟା ଦ୍ୱାପରରେ, 

ଧ୍ୟାନ, ଯଜ୍ଞ, ତପ, ପ୍ରେମ ଶ୍ରଦ୍ଧା ଭକ୍ତି 

ସିଦ୍ଧି ଲାଭ କଳି ଯୁଗେ ।


ବିଶ୍ୱାସରେ ଶକ୍ତି,ସଂଯମ ବୈରାଗ୍ୟ 

ଅପରିହାର୍ଯ୍ୟ ଅଟଇ, 

ହେ ପୁରୁଷୋତ୍ତମ, ଚରଣ ବନ୍ଦନେ, 

ଭବ ଭୂମି ହୁଏ ପାରି..!


ସୁବାହୁ ଦାନଵ, ଉଦ୍ଧାରିଲ ଯେବେ 

ବିଶ୍ଵାମିତ୍ର ହେଲେ ପାରି, 

ତୁମେ ମହା ବାହୁ,କୋଶଳ କୁମାର 

ଅଯୋଧ୍ୟା ନରେଶ ହରି ।


ସୁବାହୁ ତାରିଲ, ତାଟକା ମାରିଲ 

ମାରୀଚ ତରିଲା ହେଳେ, 

ହେ ବିଷ୍ଣୁ ହରି, ମୁକୁନ୍ଦ ମୁରାରୀ 

ଲୀଳା ମୟ ଅବତାରୀ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action