STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ଜୀବନ

ଜୀବନ

1 min
204

ଜୀବନ ଏକ ଡ଼ଙ୍ଗା 

ଜୀବନ ବି ଏକ ନଦୀ 

କେବେ ସୁଅ ମୁଁହରେ ପତର 

କେବେ ଦଦରା ନାଆରେ ପରିସମାପ୍ତି 

ଜୀବନ ଏକ ଜଞ୍ଜାଳ 

ଅନୁତାପରୁ ହୁଏ ଇତି 

ଜୀବନ ବି ଏକ ଆହୁଲା, କାତ ମାରେ ନିତି ପ୍ରତି 

ଜୀବନ ଏକ କର୍ତ୍ତବ୍ୟ 

ମନ ବିବେକର ସଂଘର୍ଷର ପରିଣତି 

ଜୀବନ ଗୋଟେ ଝଡ଼ 

କେବେ ପ୍ରାକୃତିକ ଦୈବ ଦୁର୍ବିପାକର ପରିସ୍ଥିତି 

ଜୀବନ ଏକ ଯୁଦ୍ଧ 

ଲାଗିଥାଏ ହାରଜିତ, ଲାଗିରହେ ପ୍ରିୟାପ୍ରୀତି l

ଜୀବନ ବି କେବେ କେବେ 

ଜଳନ୍ତା ନିଆଁର ଅଙ୍ଗାର ତଳୁ ସ୍ମୃତି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract