STORYMIRROR

Amit Bal

Tragedy Action Others

4  

Amit Bal

Tragedy Action Others

(୧୧)# ଅବଶିଷ୍ଟ ଜୀବନ #

(୧୧)# ଅବଶିଷ୍ଟ ଜୀବନ #

1 min
226

ମୁଁ ଆଜି ଖୁବ୍ ଅନୁତପ୍ତ ବିତି ଯାଇଥିବା ସମୟ ପାଇଁ

ଅବଶୋଷ ଲାଗୁଛି ହଜି ଯାଉଥିବା ବୟସକୁ ଚାହିଁ ,

ଦେଖୁଦେଖୁ ସବୁ ଯେପରି ଓଲଟପାଲଟ ହୋଇଯାଉଛି

ଅବଶିଷ୍ଟ ଜୀବନ ଲାଗି ଆଗରେ ଖାଲି ଅବିଶ୍ବାସ ଭରିଛି


ଏବେ ଏଠି ଜୀବନଟା ମନେହୁଏ,ନୀତି ନୂତନ ଅଭିଯାନ

ସୁଖ ଅପେକ୍ଷା,ଦୁଃଖ କଷ୍ଟ ଲୁହ କୋହରେ ହିଁ ବଳିୟାନ୍,

ଏପାଖ ସେପାଖ ଉପର ତଳ ସବୁଠି ଅସରନ୍ତି ଶୂନ୍ୟତା

ମୃତ୍ୟୁ ଚେତନାରେ ଲିଖିତ ସତେକି ସେ ଜୀବନ କବିତା,


ମନ ନିଶ୍ଚିତରେ ସବୁଦିନେ ଅବୁଝା ମନୋଇ ନଈଟେ

ଅବଶିଷ୍ଟ ଜୀବନକୁ ହୃଦୟେ ବାନ୍ଧି ଅତୀତକୁ କୁହାଟେ,

ପାଗ କିନ୍ତୁ ପ୍ରାୟ ବଦଳେନି ଏଠି ସମୟର ହାତ ଧରି

ବିତୃଷ୍ନାରେ ବେଳ ଗଡିଯାଏ ସୁଖ ମିଳେ ପାଦୁକା ପରି,


ସହଜେ ତ ଦିନସରି ସଂଜନଇଁ ସାରିବା ଉପରେ ଥାଏ

ରାତିରେ ଫୁଲଟିଏ ଫୁଟିଲେବି କାହାର କି ଆସେ ଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy