STORYMIRROR

Ajit Kumar Raut

Action

4  

Ajit Kumar Raut

Action

🎂🎂ଆଗକୁ ବଢୁଛି ଦେଶ🎂🎂

🎂🎂ଆଗକୁ ବଢୁଛି ଦେଶ🎂🎂

1 min
194

ଗ୍ରାମର ବିକାଶ ହେଉଅଛି ଏବେ

ପ୍ରଭୁଙ୍କ ଆଶୀଷ ବଳେ

ସବୁ କ୍ଷେତ୍ରେ ଆମ ଆଜିର ଜନତା

ବଢୁଛନ୍ତି କର୍ମ ବଳେ।୧। 


ନିସ୍ବାର୍ଥ ସେବାର ଆଲୋକ ଜାଗିଛି

ଧରିତ୍ରୀ ହୋଇଛି ଧନ୍ୟ

କର୍ମ ପଥେ ଦେଶ ଆଗେଇ ଚାଲିଛି

ଦେଶକୁ ମିଳୁଛି ମାନ୍ୟ।୨।


ଅପୁର୍ବ ପ୍ରକାଶ ପ୍ରଜ୍ଜଳିତ ହୁଏ

ଏହିତ ଦେଶ ଗୌରବ

ଖୁସିରେ ଅଛନ୍ତି ଦେଶବାସୀ ଆଜି

ମିଳୁଛି ଅତି ସୁଭାଗ୍ୟ।୩।


ପୁରୁଣା ସଂସ୍କୃତି ଫେରି ଆସିଅଛି

ସୁଭାଗ୍ୟ ଅଟେ ଭୂମିର

ଆଦରେ ନିଅନ୍ତି ଭାରତର ନାଆ  

କୁତାର୍ଥ ଭୂମି ଆମର।୪।


ଧର୍ମବଳେ ଆଜି ମନ ଜିତୁଛୁ

ଶକ୍ତିବଳେ ଶତ୍ରୁ ଜିତିଲୁ

ଆତ୍ମନିର୍ଭର ସେ ମନ୍ତ୍ର ହିଁ ହୋଇଲା

ନିସ୍ଵାର୍ଥ ଦେଶ କରିଲୁ।୫।


ରାମରାମ ନାମ ଜପୁଛନ୍ତି ଜନେ

ପବିତ୍ର ହୋଇଲା ଦେଶ

ବିଶ୍ବ ବିକ୍ଷ୍ୟାତ ସେ ମନ୍ଦିର ହେଉଛି

ରାମରାଜ୍ୟ ହେଳା ଦେଶେ।୬।


ଗ୍ରାମର ବିକାଶ ହେଉଅଛି ଏବେ

ପ୍ରଭୁଙ୍କ ଆଶୀଷ ବଳେ

ସବୁ କ୍ଷେତ୍ରେ ଆମ ଆଜିର ଜନତା

ବଢୁଛନ୍ତି କର୍ମ ବଳେ।୭।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Action