STORYMIRROR

Bharatabandhu Biswal

Action Inspirational Others

3  

Bharatabandhu Biswal

Action Inspirational Others

ବିଶୃଙ୍ଖଳା ଭାଙ୍ଗିଦିଏ ସମାଜ

ବିଶୃଙ୍ଖଳା ଭାଙ୍ଗିଦିଏ ସମାଜ

1 min
138


ଗୋଳମାଳ ସବୁ ଗୋଳମାଳ

କିଏ ଭଲ, ଭେଲ କିଏ 

ସ୍ବାର୍ଥପର ଏ ସଂସାରେ

ଚିହ୍ନିବାକୁ ନାହିଁ ତର ବେଳ,

ଯେତେପାରେ ଆଖିବୁଜି ଚରିଯାନ୍ତି

ପଙ୍ଗପାଳ ଦଳ

ଅମାରକୁ କରିଯାନ୍ତି ଖୋଳ

ଚାହିଁଥାନ୍ତି ସାଧାରଣ ଜଳଜଳ

ଖାଇଯାନ୍ତି ଲୁଟିମାରି ସବୁ ମହାପାତ୍ର ।

ବାହାପିଆ ଭାଷଣ କେବଳ

ତୁମ ପାଇଁ ହୋଇପାରେ ପୁଷମାସ

ଭେଳିକି ବା ଖେଳ

କାହାପାଇଁ ସର୍ବନାଶ

ହେଉଅଛି କାଳ ।

ବିଶୃଙ୍ଖଳା ଭାଙ୍ଗିଦିଏ ସମାଜର ମେରୁଦଣ୍ଡ 

ଲାଗେ ଭାରି ଅସହଜ ସହରର ଗଳିକନ୍ଦି

ଗାଆଁ ଚଲାବାଟ

ଚତୁର୍ଦ୍ଦିଗ ଅନ୍ଧକାର କବଳିତ

ଭଣଭଣ ଅରାଜକ ତତ୍ତ୍ବ ,

ଗଣନ୍ତି ସାଧୁ ପ୍ରମାଦ

ଦ୍ବିପ୍ରହରେ ନରହତ୍ୟା,ଡକାୟତି

ଲୁଟ ହୁଏ ନାରୀର ମହତ ।

ବେଳକୁବେଳ ପରିସ୍ଥିତି ହେଉଛି ଜଟିଳ

ନେଡି ଗୁଡ କହୁଣୀକୁ ବହିବା ଆଗରୁ

ବେଳଥାଉଁ ମହାଜନ ହୁଅ ସାବଧାନ, 

କାନଡେରି ଶୁଣ ଥରେ ସମୟ ଆହ୍ୱାନ 

ନେବା ଆସ ଜୀବନେ ଶପଥ 

ଏଡାଇ ବିନାଶ ଧ୍ବଂସ ସୁକର୍ତ୍ତବ୍ଯେ

ସୁସଂହତ ହେବା ସୁସଂଯତ,

ସରଜିବା ସବୁଜ ସୁନ୍ଦର 

କୁସୁମିତ କରିଦେବା ପଥ,

ଏ ଜଗତ ହେବ ନାହିଁ ଉତ୍ତପ୍ତ ସନ୍ତପ୍ତ

ଭବିଷ୍ୟତ ଆମ ପିଢୀ ଉଷତରେ

ମାରିବେ ନିଃଶ୍ୱାସ 

ସ୍ୱଚ୍ଛନ୍ଦ ହେବ ଜୀବନ ନିରାମୟ ସୁସ୍ଥ ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action