STORYMIRROR

Sunanda Mohanty

Romance Action Others

3  

Sunanda Mohanty

Romance Action Others

ଫଗୁଣ ତତେ ରାଣ

ଫଗୁଣ ତତେ ରାଣ

1 min
137


ଫଗୁ ଦଶମୀ ରେ ଫଗୁଣ

ଦେଇଛି ତା ନିଜ ରାଣ

ବସନ୍ତରେ ପିକ ଗାଉଛି ବାନ୍ଧି

 ସାତରଙ୍ଗୀ ସବୁଜ ତୋରଣ l

ଅବୀର ରଙ୍ଗ ପସରାରେ ସୂର୍ଯ୍ୟ କିରଣ

ରଙ୍ଗର ମଣିଷ ରଙ୍ଗେଈ ହେବାକୁ

 ଆସିଛି ଲାଜେଇ ଫଗୁଣ

ଡାକୁଛି ଦୁଆରେ କବାକ୍ଷ ଫାଙ୍କରେ l

 ଦେଖି ବାରଣ

ଆରେ ମିତ ବସନ୍ତ ଜାତ ଧରାରେ 

କରେ ମଳୟ ମିଶ୍ରଣ

କୋଇଲି କରେ ନୀଳ ନିମନ୍ତ୍ରଣ

ବସନ୍ତ ଆଣିଛି ଜାଗୃତି l

ଜାଗରଣ ସାଥେ ଶୀହରଣ

ହେ ଫଗୁଣ ତୁମ କର

 ବସନ୍ତର ବାଟବରଣ

ଜହ୍ନ ଓଠେ ହସୁ ତାରାଫୁଲ l

 ପଢି ଚିଠି ଲେଖିଛି ଫଗୁଣ

ବସନ୍ତ ଆବାହନୀ କବିମନସ୍କ ବାତାବରଣ

ବସନ୍ତ ତତେ ମୋ ରାଣ

ଗୋଲାପୀ ଚିଠି ଲେଖିଥିଲୁ ମତେ

 ପରିବେଶ ଥିଲା ନିରାବରଣ l

ଲୁଚାଇଲି ପ୍ରେମ ମୋର

ଗଲା ଗୁପ୍ତ ବୃନ୍ଦାବନ

ବସନ୍ତ ବିରାଜିତ ପ୍ରକୃତି ଶାନ୍ତ ପ୍ରଭୁ

 ଖୋଲ ବେଶ ଓଢଣ l

କରୁଛୁ ଆବୃତ୍ତି ତୁମ୍ଭ ସୃଷ୍ଟି ରଖିବାକୁ

 ପ୍ରେମର ଜଣାଣ

ମନ୍ଦ ମନ୍ଦ ମଳୟ ପବନ

ପାବନେ ଵିଶଲ୍ୟକରଣ

ମଳୟ ଛନ୍ଦେ କୋଇଲି ଗନ୍ଧେ ଫଗୁଣ

 ଜଗାଏ ବଶିକରଣ l



Rate this content
Log in

Similar oriya poem from Romance