ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ
ଚନ୍ଦ୍ରଭାଗାର ଚନ୍ଦ୍ରମା ତୁମେ ତାରା
ରାଇଜ ର ଜ୍ୟୋତି
ଚଳ ଲୋଳ ନେତ୍ର ଭଙ୍ଗୀମା ତୁମ
ଝରାଏ ମଧୁର ପ୍ରୀତି ।
ଚାରୁ ହାସ ବେଶ ଭୂଷା ସଜ ବାସ
ଭୂଷଣେ ଦିଶ ସୁନ୍ଦର
ଚିବୁକ ସ୍ତବକ ଚିତ୍ରିତ ଆଲେଖ୍ୟ
ମୋହିନିଏ ମନ ମୋର ।
ଚାରୁ ଦୋଳାଇତ ଚିକୁର ତୁମର
ଚିକି ମିକି ଚମକ ରେ
ଚରମ ପରସ ଚଳ ଲୋଳ ନୃତ୍ୟ
ରଚୁଥାଏ ନିରନ୍ତରେ ।
ଚଟୁଳ ଚାହାଣି ମନ ପ୍ରାଣ ହାଣି
ଦିଅଇ ପୁରୁଷ ଙ୍କର
ଚଳ ଅପାଙ୍ଗ ରେ ନିତମ୍ବିନୀ ତୁମେ
ଚଳାଇ କୁସୁମ ଶର ।
ଚମ୍ପକ ବରଣୀ ଚମ୍ପା ଗୋରୀ ଆଗୋ
ଅପୂର୍ବ ପୁଲକ ଧାର
ଚିନ୍ତା ସନ୍ତ।ପ କୁ ହୃଦୟ ମଧ୍ଯ କୁ
ଫିଙ୍ଗୁ ଥାଅ ବାରମ୍ୱାର ।
ଚନ୍ଦ୍ର ଭାଗା ର ଚନ୍ଦ୍ରମା ତୁମେ
ତାରା ରାଇଜ ର ଜ୍ୟୋତି
ଚରଣ ଚାଲି ରେ ନିତି ଯାଉ ଥାଏ
ଶତ ଶତ ଦଳ ଫୁଟି ।
ଚଳ ଚପଳା ଲୀଳା ପରାୟ ଲଳିତ
ଲାବଣ୍ୟ ପୂରିତ ଦେହ
ଚହଟ ଚିକ୍କଣ ହାଟକ ବରଣ
ଝଟକରେ ଟହଟହ ।
ଚାହିଁ ଦେଲା କ୍ଷଣି ନିଅ ମନ କିଣି
ଚଳ ଚଳ।ପାଙ୍ଗି ପ୍ରିୟା
ଚପଳା ଚମକ ପରାୟ ଲଳିତ
ଚାଲୁ ଚାଲୁ ହେଲେ ଠିଆ ।
ଚଳ ଚିତ୍ର ପ୍ରାୟ ହୁଏ ଅନୁଭୂତ
ତୁମ ରସ ହାବ ଭାବ
ଚାରୁ ସ୍ନିଗ୍ଧ ସରସିଜ ଗନ୍ଧା ଆଗୋ
ପ୍ରିୟତମା କି ସୁଦିବ୍ୟ ।
ଚହଟେ ସୌରଭ ଗନ୍ଧେ ଗନ୍ଧ ବହ
ପୁରୁଷ ଭୃଙ୍ଗ ଙ୍କୁ ମୋହ
ଚନ୍ଦ୍ର ଭାଗା ର ଚନ୍ଦ୍ରମା ତୁମେ
ନିତି କରି ନେଉ ଥାଅ ।
ଚଳ ଲୋଳା ଭୁରୁ ଲଲିତ ନର୍ତ୍ତନ
ଦିଶେ ଅତି ମନୋହର
ଚାନ୍ଦିନୀ ଯାମିନୀ ଜ୍ୟୋସ୍ନା ବିଧଉତ
ବୋଳ। କି ତୁହିନ କର ।
ଚନ୍ଦ୍ର ଭାଗ। ର ଚନ୍ଦ୍ରମା ତୁମେ
ମଧୁ ଝରା ମଧୁ ମତି
ଚାହାଣି ରେ ତୁମ ଲକ୍ଷେ ଫଗୁଣ
ବିରହ ବ୍ୟଥାର ତାତି ।