STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଜୀବନ, ଏକ ପାନ୍ଥଶାଳା

ଜୀବନ, ଏକ ପାନ୍ଥଶାଳା

1 min
158


ଏତେ ବିଶାଳ ପୃଥିବୀ ରେ

 ମଣିଷ ଜୀବନ ଅନିତ୍ୟ, ଅସ୍ଥାୟୀ

ଦୁଇ ଦିନ ର ରହଣୀ, ଯେମିତିକା 

ପଥିକ ଟି ପାନ୍ଥ ଶାଳାରେ ରାତ୍ର ଯାପନ କରେ, ସକାଳ ହେଲେ ସେ ସ୍ଥାନ

 ଛାଡ଼ିବାକୁ ହୁଏ, ନିଜର ନୁହେଁ ଭାବି

ଏହି ଜ୍ଞାନରେ, ସେହିପରି କେହି

 ଭିସା ପାଇ ନାହିଁ ଏହି ପୃଥିବୀରେ

  ଚିର କାଳ ବଞ୍ଚିବା ପାଇଁ କି?

ଏକ ନିରାଟ ସତ୍ୟ କୁ ଯଦିଓ ବୁଝୁଛେ

ତଥାପି, ଆମେ ମାୟା ବନ୍ଧନରେ

 ଦହଗଞ୍ଜ ହେଉ, କ୍ଷଣିକ ଭୁଲି ଯାଉ

  ଜୀବନ କ୍ଷଣସ୍ଥାୟୀ ବୋଲି।

ରକ୍ତ ମାଂସ ଶରୀର, ଅନ୍ନ ମୟ ପିଣ୍ଡ

ଆଜି ଅଛି, କାଲିକୁ ନ ଥିବ,

ରାତି ପାହି ଗଲେ ପାନ୍ଥ ଶାଳା

ଛାଡ଼ିବାକୁ ହେବ, ଏତେ ଗର୍ବ ଅହଙ୍କାର କିମ୍ପା? ଦୁଇ ଦିନର ବାଟୋଇ ଆମେ

 ଏ ସଂସାର ଅବା ପୃଥିବୀର ବକ୍ଷରେ

ଯେତେ ଦିନ ଥିବା ଭଲରେ ଚଳିବା

 ସତ୍ୟ ଅହିଂସା ର ପଥ ବାଛି ନେବା।

ପୃଥିବୀ ପୃଷ୍ଠରେ ଶାନ୍ତି ପାଇଁ, ସୁଖ ପାଇଁ

ଆସ ସର୍ବେ ମିଳି ମିଶି ସ୍ଵ ସ୍ୱ କର୍ମକ୍ଷେତ୍ରରେ

   ନିୟୋଜିତ ହେବା, ନ ଭୁଲିବା କେବେ

   ଏ ପୃଥିବୀ, ଏକ ପାନ୍ଥ ଶାଳା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action