STORYMIRROR

Chinmayee Kanta

Romance Action Others

3  

Chinmayee Kanta

Romance Action Others

ବାଟୋଇ

ବାଟୋଇ

1 min
158

ଚାଲୁଥିଲି ଦିନେ ବାଟୋଇ ହୋଇ ମୁଁ

ମନ ଥିଲା ଶାନ୍ତି ପ୍ରିୟ,

ଗଛ ଲତା ସାଥେ ଖେଳୁଥିଲି ଖେଳ

ସିଏ ମୋର ଏକା ଶ୍ରେୟ ll

ଝୁଣ୍ଟି ପଡୁଥିଲେ ଭୂମିକୁ ଆଦରି

ପଚାରେ କି ଭୁଲ ମୋର?

ଚାଲି ଜାଣି ନାହିଁ କୁନି ଝିଅ ମୁହିଁ

ମୋତେ ତୁମେ କ୍ଷମା କର ll

ପିମ୍ପୁଡି ଟିଏ ବି ବାଟରେ ପାଇଲେ

କଥା ହୋଇ ଯାଏ ଥରେ

ଆଦରି ନେଇ ମୁଁ ନିଜର କରିକି

ଅତି ଆପଣାର କରେ ll

ଜୀବନ ମୋହର ଥିଲା କି ସୁନ୍ଦର

ଆସିଲା ଏକ ବାଟୋଇ

ହଜାଇ ଦେଲା ସେ ମୋର ଶାନ୍ତ ମନ

ନେଲା ମୋତେ ଆପଣେଇ ll

କେଜାଣେ କାହିଁକି ଏମିତି ହୋଇଲା

ସବୁ ଭୁଲିଗଲି ମୁହିଁ

ବୁଲିବା ପ୍ରିୟ ମୁଁ ଥିଲି ଦିନେ ସତେ

ସେଇ ଦିନ ଗଲା କାହିଁ?

ଏକା ଏକା ହସେ ସବୁ ଭୁଲି ଯାଏ

କିଏ ଯାଦୁ କଲା ମୋର

ବାଟୋଇ ସାଜିକି ମନ ନେଲା କି ସେ

ମୋତେ ଶୀଘ୍ର ଭଲ କର ll

ଆଉ ଖୋଜୁ ନାହିଁ ନେଇ ତରୁଲତା

ଗାଉନି ଜମା ମୁଁ ଗୀତ

ଜୀବନ ମୋହର ସଂଗୀତ ସାଜିଲା

ଛୁଇଁଲାଣି ରଙ୍ଗ ସାତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance