Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ପ୍ରେମ ନୁହେଁ ପ୍ରତାରଣା

ପ୍ରେମ ନୁହେଁ ପ୍ରତାରଣା

1 min
203



ପ୍ରେମ କେବେ ହେଲେ ନୁହେଁ ପ୍ରତାରଣା

ତା ' ଉଦ୍ଧେଶ୍ୟ ନୁହେଁ , ଅଯଥା ଯନ୍ତ୍ରଣା ।

ଦେଇ ଆନ ମନ ପ୍ରାଣକୁ ପିଡନ

ପ୍ରେମର ଉଦ୍ଧେଶ୍ୟ ଅଟଇ ମହାନ ।

ମହନୀୟତା ର ଆଦର୍ଶ ଭାସ୍ୱର

ପ୍ରେମ ଦିଏ ଦିବ୍ୟ ଅନୁଭବ ଝର ।

ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ପ୍ରଭାବେ

ପ୍ରେମ ଅର୍ଥ ସିନା ବଦଳିଛି ଏବେ ।

ପ୍ରେମ ଅର୍ଥ କେବେ ନୁହେଁ ପ୍ରତାରଣା

ପ୍ରେମ ହିଁ ଯୋଗାଏ ସୁଦିବ୍ୟ ଭାବନା ।

ପ୍ରେମ ଅଟେ ଏକ ପବିତ୍ର ସମ୍ପର୍କ

ବଦ୍ଧ ହୋନ୍ତି ଯହିଁ ପ୍ରେମୀ ଓ ପ୍ରେମିକ ।

ପ୍ରେମ ଅର୍ଥ କେବେ ନୁହେଁ ପ୍ରତାରଣା

ପ୍ରେମ କରିବାରେ ନ ଥାଏ ଛଳନା । 


Rate this content
Log in

Similar oriya poem from Action